Advertisment

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ଦେଶରେ ମୃତ୍ୟୁହାର ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି। ଓଏସଡିଙ୍କ ମୁତାବକ, ଚଳିତ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୫ଲକ୍ଷ ଟପିଛି ଏବଂ ମୃତ୍ୟୁହାର ୨ ପ୍ରତିଶତରୁ ତଳକୁ ଖସିଛି। ରାଜେଶ ଭୂଷଣ କହିଛନ୍ତି, ପ୍ରଥମଥର ଦେଶରେ ମୃତ୍ୟୁ ହାର ପ୍ରତିଶତରୁ କମ୍ ହୋଇଛି। ଆଜି ଏହି ହାର ୧.୯୯ରେ ପହଞ୍ଚିଛି। ଦେଶରେ ପ୍ରତି ୧୦ଲକ୍ଷ […]

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

india

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ଦେଶରେ ମୃତ୍ୟୁହାର ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି। ଓଏସଡିଙ୍କ ମୁତାବକ, ଚଳିତ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୫ଲକ୍ଷ ଟପିଛି ଏବଂ ମୃତ୍ୟୁହାର ୨ ପ୍ରତିଶତରୁ ତଳକୁ ଖସିଛି।

Advertisment

ରାଜେଶ ଭୂଷଣ କହିଛନ୍ତି, ପ୍ରଥମଥର ଦେଶରେ ମୃତ୍ୟୁ ହାର ପ୍ରତିଶତରୁ କମ୍ ହୋଇଛି। ଆଜି ଏହି ହାର ୧.୯୯ରେ ପହଞ୍ଚିଛି। ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୮ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଗତମାସରେ ଦେଶରେ ମୃତ୍ୟୁ ହାର ୨.୭୦ ପ୍ରତିଶତ ଥିଲାବେଳେ ଜୁନରେ ଏହାର ୨.୮୩ ପ୍ରତିଶତ ଥିଲା। ତେଣୁ ଦେଶରେ ଉଚିତ୍ ସମୟରେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁଥିବାରୁ ମୃତ୍ୟୁ ସଂଖ୍ୟା କମ୍ ହେଉଛି।

ସେହିପରି ଭ୍ୟାକସିନକୁ ନେଇ ରାଜେଶ କହିଛନ୍ତି, ଭାରତରେ ତିନୋଟି ପ୍ରକାରର ଭ୍ୟାକସିନ୍ ଉପରେ ଅଲଗା ଅଲଗା କାମ ଚାଲିଛି। ଏଥିରେ ପ୍ରଥମ ଅକ୍ସଫୋର୍ଡର ଅଛି, ଯାହାକୁ ବ୍ରିଟେନ୍ ପ୍ରସ୍ତୁତ କରିଛି। ଏଥିପାଇଁ ଭାରତୀୟ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଏକାଠି ମିଶି କାମ କରୁଛି।

Advertisment

ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ ଶେଷ ହୋଇଛି ଏବଂ ୨ୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆଫ୍ରିକା, ବ୍ରାଜିଲ୍ ଭଳି ଦେଶରେ ଚାଲିଛି। ଭାରତରେ ମଧ୍ୟ ଏହାର ଟ୍ରାଏଲ୍ ଚାଲିଛି। ଭାରତର ବାକି ଦୁଇଟି କମ୍ପାନୀ ଭାରତ ବାୟୋଟେକ୍ ଓ ଜାଇଡସ୍ କେଡିଲା ୨ୟ ପର୍ଯ୍ୟାୟର ଟ୍ରାଏଲ୍ କରୁଛନ୍ତି। ଏହା ପରେ ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ସଫଳ ହେବା ପରେ ଏହି ଭ୍ୟାକସିନର ପ୍ରସ୍ତୁତି ପାଇଁ ମଞ୍ଜୁରୀ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ