maskkkkk
ଦାନାପୁର: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବି କିଛି ଅମାନିଆ ଏହି କିଲର ଭାଇରସକୁ ମାନୁନାହାନ୍ତି। ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। ଏନେଇ ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ମାସ୍କ ଓ ସମାଜିକ ଦୂରତା ନିୟମକୁ ପାଳନ କରିବାର ପାଇଁ ବାରମ୍ୱାର ବାରମ୍ୱାର ଅପିଲ ମଧ୍ୟ କରୁଛନ୍ତି। ବିହାରର ଦାନାପୁରରେ ମାସ୍କ ନପିନ୍ଧି ଘରୁ ବାହାରକୁ ଆସୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାସ୍କ ନପିନ୍ଧିଲେ ଅମାନିଆଙ୍କୁ ୫୦ଟଙ୍କା ଜୋରିମାନା ସହିତ ଦଶଥର ଲେଖାଏଁ ବସ୍ଉଠ୍ କରାଯିବ।
ଖବର ଅନୁଯାୟୀ, ଦାନାପୁରର ସଗୁନାଠାରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ରାସ୍ତାରେ କିଛି ଅମାନିଆଙ୍କୁ ଅଟାକଇ ସେମାନଙ୍କୁ ୫୦ଟଙ୍କା ଜୋରିମାନା ସହିତ ୧୦ଥର ଲେଖାଏଁ ଉଠବସ୍ କରିଛନ୍ତି। ଏନେଇ ଦାନାପୁରର ବିଡିଓ କହିଛନ୍ତି ଯେ ଯେଉଁମାନେ କୋଭିଡ-୧୯ର ନିୟମକୁ ମାନୁନାହାନ୍ତି, ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। କରୋନା ଭାଇରସଠୁ ବଞ୍ଚିବା ଅତ୍ୟନ୍ତ ଜରୁରୀ। କିନ୍ତୁ କିଛି ଅମାନିଆ ଏହି ନିୟମକୁ ନମାନିବାରୁ ସେମାନଙ୍କ ଠୁ ସରକାରୀ ନିୟମ ଅନୁଯାୟୀ ଜୋରିମାନା ଆଦାୟ କରଯାଉଛି। ଏହାବ୍ୟତୀତ ଯେଉଁମାନେ କୌଣସି ବି ନିୟମକୁ ନମାନିବେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maskkkkk_1626698045.jpg)