corna
ନୂଆଦିଲ୍ଲୀ: ଚୀନ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩ଶହ, ସଂକ୍ରମିତ ହୋଇଛନ୍ତି ୬୦ ହଜାରରୁ ଅଧିକ। ତେବେ କମ୍ୟୁନିଷ୍ଟ ଚୀନ୍ ଆଦୌ ସଠିକ୍ ତଥ୍ୟ ଦେଉନଥିବା ସନ୍ଦେହ ଘନୀଭୂତ ହୋଇଛି। ଡାକ୍ତର, ଔଷଧ ଓ ରୋଗ ନିରୂପଣ କିଟ୍ର ଅଭାବ ସ୍ଥିତିକୁ ଆହୁରି ଜଟିଳ କରିଛି।
/odishatv-khabar/media/post_attachments/wp-content/uploads/2020/02/lo-1.jpg)
ତେବେ କୋଲକାତା ଓ କେରଳରେ କରୋନା ଭାଇରସ୍ର ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମଣର ଭୟ ଦେଖା ଦେଇଛି। କେରଳରେ ୩ ଜଣ ମାରାତ୍ମକ ଭାଇରସ ଦ୍ୱାରା ଆକ୍ରାନ୍ତ ହେବା ପରେ କୋଲକାତାରୁ ଆସିଛି ଚିନ୍ତାଜନକ ଖବର। କୋଲକତା ବିମାନ ବନ୍ଦରରେ ଯାଞ୍ଚ ବେଳେ ବ୍ୟାଙ୍କକକ୍ରୁ ଆସିଥିବା ଦୁଇ ଯାତ୍ରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି।
/odishatv-khabar/media/post_attachments/wp-content/uploads/2020/02/harswardhan.jpg)
ସେପଟେ ନୂଆ କରୋନା କେସ୍ ପଦାକୁ ଆସିବା ପରେ ଓଡ଼ିଶା ସମେତ ସାରା ଦେଶରେ ସତର୍କତା ଅବଲମ୍ବନ କରାଯାଉଛି। ଦେଶର ୧୨ଟି ବୃହତ ଓ ୬୪ଟି ଅନ୍ୟ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ପାରାଦ୍ୱୀପ ଓ ଅନ୍ୟ ବନ୍ଦରଗୁଡ଼ିକରେ ବି ବିଦେଶରୁ ଆସୁଥିବା ଲୋକଙ୍କର ଯାଞ୍ଚ ହେଉଛି। ତେବେ ଓଡ଼ିଶା ଠାରୁ ଅଳ୍ପ ଦୂରରେ କରୋନା ଚିହ୍ନଟ ହୋଇଥିବାରୁ ରୋଗକୁ ନେଇ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ଦେଖା ଦେଇଛି।
/odishatv-khabar/media/post_attachments/wp-content/uploads/2020/02/co.jpg)
ସେପଟେ ଚୀନରେ ସ୍ଥିତି ଦିନ ଦିନକୁ ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି ଗତକାଲି ଗୋଟିଏ ଦିନରେ ହୁବେଇ ସହରରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି। ସେଠାରେ ସ୍ଥିତି କେତେ ଉଦ୍ବେଗଜନକ ରହିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି।
ହୁବେଇରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩୫୯ ହୋଇଥିବା ବେଳେ ପ୍ରକୃତ ସଂଖ୍ୟା ଢେର ଅଧିକ ବୋଲି ଆଶଙ୍କା କରାଯାଉଛି। ସେହିପରି ଚୀନ ସରକାର ସଂକ୍ରମିତଙ୍କ ଚିହ୍ନଟ ପ୍ରକ୍ରିୟାରେ ପରିବର୍ତ୍ତନ କରିବାପରେ ସଂଖ୍ୟା ଗୋଟିଏ ଦିନରେ ୪୫ରୁ ୬୦ ହଜାରକୁ ବୃଦ୍ଧି ପାଇଛି।
/odishatv-khabar/media/post_attachments/sites/default/files/styles/zm_700x400/public/2020/02/12/844267-corona-one.jpg)
ଅନ୍ୟପକ୍ଷରେ ଚୀନ ସରକାର ଆଦୌ ଠିକ୍ ତଥ୍ୟ ଦେଉନଥିବା ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକ ଆଶଙ୍କା କରୁଛନ୍ତି। କେବଳ ଉହାନରେ ୮୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
/odishatv-khabar/media/post_attachments/wp-content/uploads/2020/02/kgf.jpg)
ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତର, ଔଷଧ, ରୋଗନିରୂପଣ କିଟ୍ର ଘୋର ଅଭାବ ଦେଖାଦେଇଛି। ଚିକିତ୍ସା ଲାଗି ପଇସା ନଥିବାରୁ ଗରିବ ଲୋକ ରୋଗ ଲୁଚାଉଛନ୍ତି। ଫଳରେ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି, ଯାହା ସରକାରୀ ତାଲିକାରେ ସ୍ଥାନ ପାଉନାହିଁ।
/odishatv-khabar/media/post_attachments/wp-content/uploads/sites/10/2020/02/Coronavirus-in-India.jpg)
କରୋନା ହଂକଂ ଓ ଫିଲିପାଇନସ୍ରେ ଦୁଇ ଜଣଙ୍କ ଜୀବନ ନେଇଛି। ତେଣେ ଜାପାନର ୟୋକୋହାମା ବନ୍ଦରରେ ଅଟକି ଥିବା କ୍ରୁଜ୍ ସିପ କର୍ମଚାରୀ ଓ ଯାତ୍ରୀମାନଙ୍କ ମଧ୍ୟରୁ ୨୧୮ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୪୪ ଜଣ ଯାତ୍ରୀଙ୍କୁ କରୋନା ସଂକ୍ରମଣ ହୋଇଛି। ଜାହାଜରେ ୧୬୦ ଜଣ ଭାରତୀୟ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। କରୋନା ଭୟକୁ ନେଇ ସ୍ପେନର ବାର୍ସିଲୋନାରେ ଆସନ୍ତା ୨୪ରୁ ହେବାକୁ ଥିବା ମୋବାଇଲ ୱାଲର୍ଡ କଂଗ୍ରେସକୁ ବାତିଲ କରି ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corna_1627107031.jpg)