Advertisment

କରୋନା ପ୍ରଭାବ: ନିଜ ରାୟ ନିଜେ ଟାଇପ୍ କଲେ ସୁପ୍ରିମ୍ କୋର୍ଟ ବିଚାରପତି

ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରି ଯେଉଁ ରାୟ ଦିଅନ୍ତି, ତାହା ସେ ନିଜେ ଲାପଟପରେ ଟାଇପ୍ ମଧ୍ୟ କରନ୍ତି। […]

ଅଦ୍ୟତନ ହୋଇଛି
କରୋନା ପ୍ରଭାବ: ନିଜ ରାୟ ନିଜେ ଟାଇପ୍ କଲେ ସୁପ୍ରିମ୍ କୋର୍ଟ ବିଚାରପତି

justice

Advertisment

ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରି ଯେଉଁ ରାୟ ଦିଅନ୍ତି, ତାହା ସେ ନିଜେ ଲାପଟପରେ ଟାଇପ୍ ମଧ୍ୟ କରନ୍ତି।

Advertisment

ଏଭଳି ନିଆରା କାମ କରିଥିବା ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, କୋର୍ଟ ମାଷ୍ଟରଙ୍କୁ ରାୟ ଦେବା ବଦଳରେ ମୁଁ ନିଜେ ଲାପଟପରେ ରାୟ ଲେଖିଛି, କାରଣ ଏହା ଡିକଟେସନ୍ ଦେବା ତୁଳନାରେ ବହୁତ ସହଜ, ସରଳ ଏବଂ ସୁବିଧା ହୋଇଥାଏ। ଲାପଟମରେ ନିଜର ରାୟକୁ ଟାଇପ୍ କରିବା ବହୁତ ଭଲ, କାରଣ ଏହାଦ୍ୱାର ରାୟ ସଠିକ୍ ହୋଇଥାଏ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ରାୟ ଟାଇପ୍ କରିବା ପରେ କୌଣସି ବି ଟାଇପିଂ ଭୁଲ୍ କିମ୍ବା ସୁଧାରର ଆବଶ୍ୟକତା ମଧ୍ୟ ହୋଇନଥାଏ। ତେବେ ବିଚାରପତିଙ୍କ ଏହି ନିଆରା ପ୍ରସ୍ତାବକୁ ଭବିଷ୍ୟତରେ ଅନ୍ୟ ବିଚାରପତି ମଧ୍ୟ ଆପଣାଇ ପାରନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ସୁପ୍ରିମ୍ କୋର୍ଟରେ ବର୍ତ୍ତମାନ ଭର୍ଚ୍ୟୁଆଲ୍ ଶୁଣାଣି ଚାଲିଛି।

Advertisment

କରୋନା ମହାମାରୀ ସମୟରେ ଜୁଲାଇ ୬ ତାରିଖରେ 'ସାଂକେତିକ ଗ୍ରୀଷ୍ମ ବିରତି' ପରେ ସୁପ୍ରିମ୍ କୋର୍ଟକୁ ପୁଣିଥରେ ଖୋଲା ଯାଇଥିଲା। କିନ୍ତୁ ଏତିକି ସ୍ପଷ୍ଟ ହୋଇଥିଲା ଯେ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟରୁମରେ ପୂର୍ବଭଳି ସାମାନ୍ୟ ଶୁଣାଣି ହୋଇପାରିବ ନାହିଁ। ଲକଡାଉନର ଦୁଇଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରୁ ସୁପ୍ରିମ୍ କୋର୍ଟ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରିଆସୁଛନ୍ତି।

ଭର୍ଚୁଆଲ୍ ଶୁଣାଣିକୁ ନେଇ ସୁପ୍ରିମ୍ କୋର୍ଟଙ୍କ ପ୍ରଶାସନ ଓକିଲଙ୍କୁ ଅନଲାଇନ୍ ସୂଚନା ଥିବା ସର୍କୁଲାର୍ ପଠାଇଥିଲେ। ଏଥିରେ କୁହାଯାଇଥିଲା ଯେ ଓକିଲଙ୍କୁ କୋର୍ଟରେ ଭର୍ଚୁଆଲ୍ ଭାବେ ଉପସ୍ଥିତ ହେବାକୁ ପଡ଼ିବ। ଏହାସହ ତାଙ୍କ ପାଖରେ ମୋଇବାଲ୍, ଲାପଟପ୍, ପିସି କିମ୍ବା ଆଇପ୍ୟାଡରେ ୪-ଜି ଇଣ୍ଟରନେଟ୍ ସେବା ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ