Advertisment

କଂଗ୍ରେସ ପାଇଁ ଘାଟା ହୋଇପାରେ UP

ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି

ଅଦ୍ୟତନ ହୋଇଛି
କଂଗ୍ରେସ ପାଇଁ ଘାଟା ହୋଇପାରେ UP

congress

Advertisment

ନୂଆଦିଲ୍ଲୀ: ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ଟାଣୁଆ ନେତା ଜିତିନ୍ ପ୍ରସାଦ ବିଜେପିରେ ଯୋଗ ଦେବା ଦଳ ପାଇଁ ବଡ଼ ଝଟକା ହୋଇଛି। ସେ ଦଳ ଛାଡିବା ପରେ ପ୍ରିୟଙ୍କା ଗାନ୍ଧିଙ୍କ ମିଶନ ୟୁପିକୁ ବଡ଼ ଧକ୍କା ବୋଲି କୁହାଯାଉଛି।

Advertisment

ତେବେ ମାସ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ରାଜନୈତିକ ଦୃଷ୍ଟିରୁ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋଭିଡର ଦ୍ୱିତୀୟ ଲହର ସମେତ ଅନ୍ୟାନ୍ୟ କାରଣକୁ ନେଇ ଯୋଗୀ ଆଦିତ୍ୟନାଥ ସରକାର ବ୍ୟାକଫୁଟରେ ଥିବା କୁହାଯାଉଥିବା ବେଳେ, ସେଠି କମବ୍ୟାକ୍‌ କରିବା ଲକ୍ଷ୍ୟରେ ଥିଲା କଂଗ୍ରେସ। ସେଥିଲାଗି ଆଗୁଆ ପାଗଭିଡ଼ା ଆରମ୍ଭ କରିଥିଲେ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ତେବେ ପ୍ରିୟଙ୍କାଙ୍କ ମିଶନ ୟୁପିକୁ ଲାଗିଛି ଜବରଦସ୍ତ ଝଟକା। ତେଣେ ଦଳକୁ ଏକଜୁଟ୍ କରିବାକୁ ପ୍ରିୟଙ୍କା ଉଦ୍ୟମ କରୁଥିବା ବେଳେ, ଏଣେ ପଦ୍ମ ଶିବିରକୁ ଲମ୍ଫ ମାରିଛନ୍ତି ଗାନ୍ଧି ପରିବାର।

ବିଶ୍ୱସ୍ତ ଜିତିନ୍ ପ୍ରସାଦ ଦ୍ୱିତୀୟ ପୀଢିର ନେତା ହୋଇଥିଲେ ବି, ୟୁପି ରାଜନୀତିରେ ଜିତିନ ଥିଲେ କଂଗ୍ରେସର ପ୍ରମୁଖ ଚେହେରା। ଆଗାମୀ ବିଧାନସଭା ନିର୍ବାଚନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଅନୁମାନ କରାଯାଉଥିଲା। ତେବେ ଖୋଦ୍ ସାରଥି ଯଦି ପଥଭ୍ରଷ୍ଟ ହେବେ, ରଥ କୁଆଡେ ଯିବ ସମସ୍ତଙ୍କୁ ଜଣା। ଜିତିନ ହାତ ଛାଡିବା ପରେ ୟୁପି ରାଜନୀତିରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଛି ବିରାଟ ଶୂନ୍ୟ ସ୍ଥାନ। ଜିତିନ ଦଳକୁ ବାଏ ବାଏ କହିବା ପରେ କଂଗ୍ରେସ କିଭଳି କ୍ଷତି ଭରଣା କରୁଛି ଏବେ ତା ଉପରେ ନଜର।

Advertisment

ଜିତିନ ପ୍ରସାଦ କଂଗ୍ରେସ ଛାଡିବାରେ ଚକିତ ହେବା ଭଳି କିଛି କାରଣ ନାହିଁ। କାରଣ ପ୍ରାୟ ୨ବର୍ଷ ହେବ ଦଳ ଓ ଜିତିନଙ୍କ ମଧ୍ୟରେ ଛାଇ ଆଲୁଅର ଖେଳ ଲାଗି ରହିଥିଲା। ଏମିତିକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିତିନ ପ୍ରସାଦ ବିଜେପିର ଯୋଗ ଦେବା ଏକରକମ ନିଶ୍ଚିତ ହୋଇଯାଇଥିଲା। ମାତ୍ର ସେତେବେଳେ ଦୁଇଟି ଫୋନ୍ କଲ୍ ତାଙ୍କୁ ମନ ବଦଳାଇବା ପାଇଁ ବାଧ୍ୟ କରିଥିଲା। ଗୋଟିଏ କଲ୍ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କର ହୋଇଥିଲା ବେଳେ, ଦ୍ୱିତୀୟ କଲ ଥିଲା ପ୍ରିୟଙ୍କା ଗାନ୍ଧୀଙ୍କର। ଦଳ ନଛାଡିବାକୁ ଜିତିନଙ୍କୁ ପ୍ରବର୍ତ୍ତାଇଥିଲେ ସିନ୍ଧିଆ। ମାତ୍ର ଏବେ ଚିତ୍ର ବଦଳିଯାଇଛି।

ବର୍ଷେ ହେଲା ସିନ୍ଧିଆ ପଦ୍ମ ଶିବିରରେ ସାମିଲ ହୋଇସାରିଛନ୍ତି। ଅନ୍ୟପକ୍ଷରେ ବିଜେପିରେ ଯୋଗ ଦେବାର ପ୍ରାୟ ୨ ଦିନ ଆଗରୁ ଜିତିନଙ୍କ ଫୋନ ବନ୍ଦ ରହିଥିଲା। ଫଳରେ ପ୍ରିୟଙ୍କା ତାଙ୍କୁ ଯୋଗାଯୋଗ କରିବାର ସମସ୍ତ ରାସ୍ତା ବି ବନ୍ଦ ହୋଇଯାଇଥିଲା। ଏପଟେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ, ସ୍ଥାୟୀ ସଭାପତି ନିଯୁକ୍ତ ଏବଂ ସଂଗଠନରେ ଗଣତନ୍ତ୍ର ବୃଦ୍ଧି ନେଇ ଯେଉଁ ୨୩ ଜଣ ବରିଷ୍ଠ ନେତା ଦାବି ଉଠାଇଥିଲେ। ସେମାନଙ୍କ ମଧ୍ୟରେ ଜିତିନ ମଧ୍ୟ ଥିଲେ। ତେବେ ରାହୁଲ ହୁଅନ୍ତୁ କି ସୋନିଆ କେହି ବି ଏହାକୁ ଗୁରୁତ୍ୱର ସହ ନେଇନଥିଲେ। ଓଲଟା ସେମାନଙ୍କୁ ଗରୁତ୍ୱପୂର୍ଣ୍ଣ ପଦପଦବୀରୁ ହଟାଇ ଦିଆଯାଇଥିଲା। ତେଣୁ ଅସନ୍ତୁଷ୍ଟ ଜିତିନ୍ ହାତର ହାତ ଛାଡିବା ଲାଗି ଉପଯୁକ୍ତ ସମୟ ଅପେକ୍ଷାରେ ଥିଲେ।

Advertisment

ଜିତିନ୍ ବିଜେପିରେ ମିଶିବା ଦ୍ୱାରା ଦଳକୁ କେତେ ଲାଭ ମିଳିବ ତାହା ତ ଭବିଷ୍ୟତ କହିବ। ତେବେ ସେ ପଦ୍ମ ଶିବିରରେ ସାମିଲ ହେବା ଦ୍ୱାରା ଭୋଟରଙ୍କ ନିକଟକୁ ବିଜେପି ସପକ୍ଷରେ ଏକ ସକାରାତ୍ମକ ସିଗ୍ନାଲ ଯିବ ବୋଲି କୁହାଯାଉଛି। ଯାହାକି ନିର୍ବାଚନ ପୂର୍ବରୁ ଯେ କୌଣସି ରାଜନୈତିକ ଦଳ ପାଇଁ ନିହାତି ଜରୁରୀ।

UP Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ