pritanka
ନୂଆଦିଲ୍ଲୀ: ବଲିଉଡ୍ ହିରୋଇନ୍ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଲଗାଇଲା କଂଗ୍ରେସ କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଜନସଭା କାର୍ଯ୍ୟକ୍ରମରେ ଏପରି ନାରାବାଜି ହୋଇଛି। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦିଲ୍ଲୀର କଂଗ୍ରେସ ନେତା ସୁରେନ୍ଦ୍ର କୁମାର ଦଳର ହାଇକମାଣ୍ଡ ସୋନିଆ ଓ ରାହୁଲ ଗାନ୍ଧିଙ୍କ ଜିନ୍ଦାବାଦ୍ ପରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ୍ କହିଥିଲେ। ଆଉ ଉପସ୍ଥିତ ଥିବା ଲୋକେ ବି ସ୍ୱରରେ ସ୍ୱର ମିଶାଇ ଜିନ୍ଦାବାଦ୍ କହିଥିଲେ।
ପରେ ନିକଟରେ ଉପସ୍ଥିତ ବରିଷ୍ଠ ନେତା ସୁଭାଷ ଚୋପ୍ରା ଏହି ଭୁଲ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରିୟଙ୍କା ଗାନ୍ଧିଙ୍କ ବଦଳରେ ଚୋପ୍ରାଙ୍କ ନାଁରେ ନାରାବାଜୀକୁ ନେଇ ପୁଣି ଥରେ କଂଗ୍ରେସ ଜନସଭା ସୋଶାଲ୍ ମିଡିଆରେ ଟ୍ରୋଲ୍ ହୋଇଛି।