coin
ନୂଆଦିଲ୍ଲୀ: ବଜାରରେ ପ୍ରଚଳିତ ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତେଣୁ ଲୋକମାନେ ପୂର୍ବପରି ମୁଦ୍ରାର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକ ଅମଙ୍ଗ ହେଉଥିବା ଖବର ଅନେକ ସମୟରେ ନଜରକୁ ଆସୁଛି। ସେଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ସେପଟେ ବ୍ୟାଙ୍କକୁ ମୁଦ୍ରା ଜମା କରିବାକୁ ଆସୁଥିବା ଗ୍ରାହକମାନଙ୍କୁ ନ ଫେରାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coin_1625921344.jpg)