Advertisment

ନିର୍ଭୟା ଶୁଣାଣିରୁ ଓହରି ଗଲେ ସିଜେଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍‌ ବୋବଡେଙ୍କ […]

ନିର୍ଭୟା ଶୁଣାଣିରୁ ଓହରି ଗଲେ ସିଜେଆଇ

s a bobde

Advertisment

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ।

Advertisment

ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍‌ ବୋବଡେଙ୍କ ଝିଆରୀ ଏକଦା ନିର୍ଭୟା ମାମଲା ଲଢ଼ୁଥିଲେ। ତେଣୁ ସେ ଏହି ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟାଙ୍କ ମା’ କରିଥିବା ଡେଥ୍‌ ୱାରେଣ୍ଟ ମାମଲାର ଶୁଣାଣି ଆସନ୍ତାକାଲି କରିବାର ଅଛି। ହେଲେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନର ଶୁଣାଣି କରି ନଥିବାରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆସନ୍ତାକାଲି ଚୂଡ଼ାନ୍ତ ରାୟ ପ୍ରକାଶ ନ କରିପାରନ୍ତି।

Advertisment

ଏସବୁ ଭିତରେ ଦେଶବାସୀଙ୍କ ଅପେକ୍ଷା ମଧ୍ୟ ଆହୁରି ବିଳମ୍ବିତ ହୋଇଛି। କାରଣ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ସାରା ଦେଶ ଗୋଟିଏ ସ୍ୱରରେ ଦାବି କରିଛି। ନିର୍ଭୟାଙ୍କ ମା’ ମଧ୍ୟ ଆଜି ଶୁଣାଣି ବେଳେ କୋର୍ଟ ନଂ ୧ରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ