china
ବେଜିଂ:କରୋନାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ, ଭାରତ ତଥା ଅନ୍ୟାନ୍ୟ ରାଷ୍ଟ୍ର ଚୀନକୁ ଦୋଷ ଦେଉଛନ୍ତି। ଆନ୍ତର୍ଜାତିକ ସ୍ତରରେ ପ୍ରମୁଖ ରାଷ୍ଟ୍ର ସହ ସମ୍ପର୍କ ବିଗିଡିବା ତଥା ଦକ୍ଷୀଣ ଚୀନ ସାଗରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖିବା ପରେ ଏବେ ଚୀନ ତାହାର ରଣନୀତି ବଦଳାଇଛି। ପାକିସ୍ତାନ, ନେପାଳ, ଆଫଗାନିସ୍ତାନକୁ ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରୁଛି। ଏହି ରାଷ୍ଟ୍ରମାନଙ୍କ ସହ ଆଜି ଏକ ଡିଜିଟାଲ ବୈଠକ କରିଛି। Belt and Road Initiative ଏବଂ କରୋନା ସଂକ୍ରମଣ ପ୍ରତିକାର ଉପରେ ୪ ସୂତ୍ରୀୟ କାର୍ଯ୍ୟକ୍ରମକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହି ମିଟିଂ ଜରିଆରେ ଚୀନ ଏସିଆ ମହାଦେଶର ପ୍ରମୁଖ ରାଷ୍ଟ୍ରଗୁଡିକୁ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରୁଛି।
ଚୀନର ଏହି ବୈଠକରେ କୋଭିଡ-୧୯ ମହାମାରୀକୁ ରୋକିବା, ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ଆଦି ଉପରେ ଆଲୋଚନା ହୋଇଥିଲା। ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନ କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଏବଂ ନେପାଳର ବିଦେଶ ମନ୍ତ୍ରୀ ସାମିଲ ହୋଇଥିଲେ। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁନ କୁରେଶି ଭାଗ ନେଇ ନ ଥିଲେ। ତାଙ୍କର ପ୍ରତିନିଧିତ୍ୱ କରିଥିଲେ ପାକ୍ ଆର୍ଥିକ କାର୍ଯ୍ୟ ମନ୍ତ୍ରୀ ମଖଦୁମ୍ ଖୁସରୋ। ବୈଠକରେ ୪ ଦେଶ ମିଶି କରୋନା ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଏହି ସମୟରେ ଚୀନ ବୈଦେଶିକ ମନ୍ତ୍ରୀ ଆଶ୍ୱାସନା ଦେଇ କହିଥିଲେ, ଚୀନ କୋଭିଡ-୧୯ ଟିକା ବିକାଶିତ କରି ସାରିଲାଣି। ନେପାଳ, ପାକିସ୍ତାନ, ଆଫଗାନସ୍ଥାନକୁ ଏହି ଟିକା ଉପଲବ୍ଧ କରାଇବ। ନିଜର ଜନସ୍ୱାସ୍ଥ୍ୟ ପ୍ରଣାଳୀ ମଜବୁତ୍ କରିବାରେ ମଧ୍ୟ ଚୀନ ସହାୟତା କରିବ ବୋଲି କହିଛନ୍ତି।
ଏଥିସହିତ ମହାମାରୀ ପରେ ଚୀନ୍ର Belt and Road Initiativeର ସାମୁହିକ ବିକାଶ ଦଗରେ ଏହି ୪ ରାଷ୍ଟ୍ର ସହଯୋଗ କରିବା ପାଇଁ ଚୀନ ପ୍ରସ୍ତାବ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/china-9_1625506667.jpg)