Advertisment

ପିଲାଙ୍କୁ କରୋନା ଭୟ: ପଜିଟିଭ ବାହାରିଲେଣି ୪୦ ହଜାର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ। ହେଲେ ୩ୟ ଲହର କଥା ଛାଡ,  ୨ ଲହର ପିଲାଙ୍କୁ ଯେପରି ସଂକ୍ରମିତ କଲାଣି ତାହା ଚିନ୍ତାର […]

ପିଲାଙ୍କୁ କରୋନା ଭୟ: ପଜିଟିଭ ବାହାରିଲେଣି ୪୦ ହଜାର ଶିଶୁ

child

Advertisment

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ। ହେଲେ ୩ୟ ଲହର କଥା ଛାଡ,  ୨ ଲହର ପିଲାଙ୍କୁ ଯେପରି ସଂକ୍ରମିତ କଲାଣି ତାହା ଚିନ୍ତାର ବଷୟ ହୋଇଛି। ୨ୟ ଲହରରେ ଦିନକୁ ଦିନ ପିଲାଙ୍କ ସଂକ୍ରମଣ ବଢି ବଢି ଚାଲିଛି। କେବଳ କର୍ଣ୍ଣାଟକରେ ଗତ ୨ ମାସ ଭିତରେ ୪୦ ହଜାରରୁ ଅଧିକ ଶିଶୁ ସଂକ୍ରମିତ ହେଲେଣି। ଆକ୍ରାନ୍ତ ଶିଶୁଙ୍କ ବୟସ  ୯ ବର୍ଷ ମଧ୍ୟରେ।

Advertisment

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକରେ କରୋନାର ଭୟବହ ରୂପ ଦେଖିବାକୁ ମିଳିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏକ ସର୍ଭେରୁ ଜଣାଯାଇଛି, ଏହି ରାଜ୍ୟରେ ୦-୯ ବର୍ଷ ବୟସ ପର୍ଯ୍ୟନ୍ତ ୩୯, ୮୪୬ ଶିଶୁ ଏବଂ ୧୦ରୁ ୧୯ ବର୍ଷ ଭିତରେ୧, ୦୫,୦୪୪ ପିଲା କୋଭିଡ ପଜିଟିଭ ବାହାରିଛନ୍ତି। କରୋନାର ଏହି ପରିସଂଖ୍ୟାନ ମାର୍ଚ୍ଚ ୧୮ରୁ ମ ୧୮ ଭିତରର। ରିପୋର୍ଟ ଅନୁସାରେ, ଗତବର୍ଷ ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା, ସେବେଠାରୁ ବର୍ତ୍ତମାନ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଯଥାକ୍ରମେ ୧୭, ୮୪୧ ଏବଂ ୬୫, ୫୫୧ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ବାହାରିଥିଲେ। ଗତବର୍ଷର ଏହି ତାଲିକା ଏବଂ ଚଳିତ ବର୍ଷର ତାଲିକାକୁ ଦେଖିଲେ, କରୋନା ଦ୍ୱିତୀୟ ଲହର ପିଲାମାନଙ୍କ ପାଇଁ କେତେ  ଭୟାବହ ତାହା ସ୍ପଷ୍ଟ ଜଣାପଡେ।

ଲେଡି କର୍ଜନ ହସ୍ପିଟାଲର ଡାକ୍ତର ଡା.ଶ୍ରୀନିବାସଙ୍କ କହିବା ଅନୁଯାୟୀ, କରୋନାର ଦ୍ୱିତୀୟ ଲହର ବହୁତ ଭୟଙ୍କର ଭାବେ ବ୍ୟାପୁଛି। ଏଥର ଯଦି କେହି କରୋନାରେ ସଂକ୍ରମିତ ହେଉଛନ୍ତି, ତେବେ ୨ ଦିନ ଭତରେ ଘରର ଘରର ବାକି ସଦସ୍ୟ ବି ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦେଖା ଯାଉଛି, ପିଲାମାନେ ବି କରୋନା କବ୍‌ଜାରେ ପଡି ଯାଉଛନ୍ତି। ଡା.ଶ୍ରୀନିବାସଙ୍କ କହିବା ଅନୁଯାୟୀ, ଯଦି ଘରର କେହି ସଦସ୍ୟ ପଜିଟିଭ ବାହାରୁଛନ୍ତି ତେବେ ପ୍ରଥମେ ଘରର ଶିଶୁ ହିଁ ତାଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ଏପରି ସ୍ଥିତିରେ ଘରର କେହି ସଂକ୍ରମିତ ହେଲେ, ପ୍ରଥମେ ପିଲାଙ୍କୁ ତାଙ୍କ ଠାରୁ ଦୂରେଇ ରଖିବ।

Advertisment

ସେହିପରି ଅନ୍ୟଜଣେ ଶିଶୁ ଡାକ୍ତର ସୁପରାଜା ଚନ୍ଦ୍ରଶେଖର କହିଛନ୍ତି, ପିଲାମାନେ ଅଧିକ କରୋନାରେ ସଂକ୍ରମିତ ହେଉଥିବା ଆମେ ଦେଖିବାକୁ ପାଉଛୁ। ତେବେ ଏହା ଶିଶୁଙ୍କ ଉପରେ ଏତେ ବେଶି ପ୍ରଭାବ ପକାଉ ନାହିଁ, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ। ୧୦ ଜଣେ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ହେଉଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ପଡ଼ୁଛି। ଅନ୍ୟ ସଂକ୍ରମିତ ଶିଶୁମାନେ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଯାଉଛନ୍ତି। ତେବେ ପିଲାଙ୍କଠାରେ କରୋନା ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଟେଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ