Advertisment

ଇସ୍ରୋର ବଡ଼ ଘୋଷଣା; ଏପ୍ରିଲରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି କିଛି ପାର୍ଥକ୍ୟ ନାହିଁ। ଚନ୍ଦ୍ରଯାନ-୩କୁ ମଧ୍ୟ ସଫ୍ଚ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ। ଏଥିରେ ଲ୍ୟାଣ୍ଡର ଏବଂ ରୋଭର ମଧ୍ୟ ରହିବ। ଇସ୍ରୋ ମୁଖ୍ୟ ଆହୁରି […]

ଇସ୍ରୋର ବଡ଼ ଘୋଷଣା; ଏପ୍ରିଲରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

isro

Advertisment

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି କିଛି ପାର୍ଥକ୍ୟ ନାହିଁ। ଚନ୍ଦ୍ରଯାନ-୩କୁ ମଧ୍ୟ ସଫ୍ଚ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ। ଏଥିରେ ଲ୍ୟାଣ୍ଡର ଏବଂ ରୋଭର ମଧ୍ୟ ରହିବ।

Advertisment

ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, ୨୦୨୦ରେ କଷ୍ଟ ଇଫେକଟିଭ୍ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ। ଗଗନଯାନ ମିଶନରେ ଯିବାକୁ ଥିବା ୪ଜଣ ମହାକାଶଚାରୀଙ୍କୁ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଶିକ୍ଷିଣ କରାଯିବ। ଏଥିପାଇଁ ସେମାନେ ଋଷିଆ ଯିବେ। ଏଥିପାଇଁ ଜାତୀୟ ସ୍ତରରେ ଏକ ପରାମର୍ଶ କମିଟି ମଧ୍ୟ ଗଠନ କରାଯାଇଛି। ୨୦୧୯ରେ ଗଗନଯାନ ପ୍ରୋଜେକ୍ଚରୁ ଅନେକ କିଛି ଶିଖିବାକୁ ମିଳିଛି।

ସେହିଭଳି ଅଧିକ ଲଞ୍ଚ ପ୍ୟାଡ ନିର୍ମାଣ ହେବା ସାଙ୍ଗକୁ ଅଧିକ ସାଟେଲାଇଟ ବି ଲଞ୍ଚ କରାଯିବ। ତାମିଲନାଡୁ ତୁଥୁକୋଡ଼ିରେ ନିର୍ମାଣ କରାଯିବ ସ୍ପେସ୍ ପୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ