Advertisment

ଏୟାରପୋର୍ଟରେ ହଟହଟା ହେଲେ ଚନ୍ଦ୍ରବାବୁ ନାଇଡ଼ୁ : କଡ଼ା ଯାଞ୍ଚ ପରେ ଛାଡ଼ିଲେ

ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍‌ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍‌ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ […]

ଏୟାରପୋର୍ଟରେ ହଟହଟା ହେଲେ ଚନ୍ଦ୍ରବାବୁ ନାଇଡ଼ୁ : କଡ଼ା ଯାଞ୍ଚ ପରେ ଛାଡ଼ିଲେ

naidu

Advertisment

ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍‌ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍‌ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ ଆକ୍ରମଣ କରିବା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ୍‌ ପ୍ଲସ୍‌ କ୍ୟାଟାଗୋରୀର ସୁରକ୍ଷା ମିଳୁଛି। ଏଥିରେ ୨୪ ଘଣ୍ଟା ୨୩ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ଦସୁରକ୍ଷା ଦେଇଥାନ୍ତି। ତାଙ୍କ ଆଗରେପଛରେ ଗାଡ଼ି ଏସ୍କର୍ଟ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

କିନ୍ତୁ ଆଜି ଏହି ଟିଡିପି ମୁଖ୍ୟ ଭିଆଇପି ଭେଇକିଲ୍‌ରେ ବିମାନ ପାଖରେ ପହଞ୍ଚିବାକୁ ଅନୁମତି ମିଳିନଥିଲା। ତେବେ ଏହାକୁ ନେଇ ତାଙ୍କ ଦଳ ଟିଡିପି ପକ୍ଷରୁ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଶାସକ ୱାଇଏସ୍‌ଆର କଂଗ୍ରେସ ଏବଂ ବିଜେପି ଏଭଳି ଜାଣିଶୁଣି କରାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

Advertisment

ଟିଡିପି ନେତା ଚିନ୍ନା ରାଜପ୍ପା କହିଛନ୍ତି, କର୍ତ୍ତୃପକ୍ଷଙ୍କ ଏପରି ବ୍ୟବହାର କେବଳ ଅପମାନ ନୁହେଁ ଏହା ନାଇଡ଼ୁଙ୍କୁ ମିଳିଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷାର ଅବମାନନା ମଧ୍ୟ। ନାଇଡ଼ୁ ପୂର୍ବରୁ ମଧ୍ୟ ବିରୋଧୀ ଦଳରେ ବହୁ ଦିନ ଧରି ରହିଥିଲେ ମଧ୍ୟ ଏଭଳି ସ୍ଥିତିର ସାମ୍ନା କେବେ ମଧ୍ୟ କରିନାହାନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନାଇଡ଼ୁଙ୍କୁ ଯଥାରୀତି ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ