pranab mukharjee
ନୂଆଦିଲ୍ଲୀ: 'ଭାରତ ରତ୍ନ' ଓ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। କେନ୍ଦ୍ର ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ୭ ଦିନିଆ ଅର୍ଥାତ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
https://twitter.com/PBNS_India/status/1300427011773444096?s=20
ରାଷ୍ଟ୍ରୀୟ ଶୋକ ସମୟରେ ଭାରତର ଯେଉଁ ବିଲ୍ଡିଂରେ ଜାତୀୟ ପତାକା ଲାଗିଥିବ, ତାହା ଅର୍ଦ୍ଧନମିତ ରହିବ। ଏହାର ଅର୍ଥ ଜାତୀୟ ପତାକା ଅଧା ତଳକୁ ଖସି ଉଡ଼ିବ। ଏହା ମଧ୍ୟରେ କୌଣସି ପ୍ରକାରର ରାଷ୍ଟ୍ରୀୟ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇପାରିବ ନାହିଁ। ପ୍ରଣବ ମୁଖାର୍ଜୀ ଦେହାନ୍ତରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ମଧ୍ୟ ସେପ୍ଟେମ୍ବର ୧ ତାରିଖ ଦିନକୁ ରାଜ୍ୟରେ ଶୋକ ଘୋଷଣା କରିଛନ୍ତି। ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।
ଏହାଛଡ଼ା ରାଜ୍ୟ ପୋଲିସ୍ ଦିବସ ସମାରୋହକୁ ମଧ୍ୟ ସେପ୍ଟେମ୍ବର ୨ ତାରିଖ ପାଇଁ ସ୍ଥଗିତ କରାଯାଇଛି। ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ନିକଟରେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା। ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଆରଆର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଯାହା ଫଳରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆହୁରି ପଢ଼ନ୍ତୁ:ପ୍ରଣବ ଦା': ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pranab1_1625372073.jpg)