thunder
ଭିଲୱାଡା: ରାଜସ୍ଥାନର ଭିଲବାଡା ଜିଲ୍ଲାର ହୁନୁମାନନଗର ଥାନା ଇଲାକାରେ ମଙ୍ଗଳବାର ରାତିରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ୍ରେ ଅଚାନକ ନିଆଁ ଲାଗି ଯାଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବ୍ଲାଷ୍ଟ ହେବାରେ ଲାଗିଥିଲା। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଆଖପାଖ ଇଲାକା ଥରି ଯାଇଥିଲା। ସ୍ଥାନୀୟ ଲୋକେ ଭୟରେ କମ୍ପି ଉଠିଥିଲେ।
ଭିଲୱାଡା ପୋଲିସର କହିବା ଅନୁଯାୟୀ, ଜୟପୁରରୁ ୪୦୦ରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ନେଇ ଏକ ଟ୍ରକ ଜାତୀୟ ରାଜପଥ ୫୨ ଦେଇ କୋଟା ଯାଉଥିଲା। ବିଳମ୍ବିତ ରାତିରେ ସ୍ଥାନୀୟ ଟିକଡ ଗ୍ରାମ ନିକଟରେ ଟ୍ରକ୍ ଡିଭାଇଡରରେ ପିଟି ହୋଇ ଯାଇଥିଲା। ସେହି ସମୟରେ ବର୍ଷା ହେଉଥିଲା। ଘଡଘଡି, ବିଜୁଳି ମଧ୍ୟ ମାରୁଥିଲା। ହଠାତ୍ ଏକ ଘଡଘଡି ମାରିଲା । ଏହା ପରେ ଟ୍ରକ୍ଟି ଜଳିବାକୁ ଆରମ୍ଭ କରିଥିଲା। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଡଘଡି ଯୋଗୁ ଟ୍ରକ୍ରେ ନିଆଁ ଲାଗି ଥାଇ ପାରେ। କିନ୍ତୁ ଦୁର୍ଘଟଣା ଯୋଗୁ ମଧ୍ୟ ନିଆଁ ଲାଗିବାର ସମ୍ଭାବନା ରହିଛି।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣା ଟିକଡ ଗ୍ରାମଠାରୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିଲା। ନିଆଁର ମାତ୍ରା ଏତେ ଜୋର ଥିଲା ଯେ, ଅନେକ କିଲୋମିଟର ପର୍ଯ୍ୟନ୍ତ ଏହା ଦେଖା ଯାଉଥିଲା। ବିସ୍ଫୋରଣ ଶବ୍ଦ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଶୁଣା ଯାଉଥିଲା। ବିସ୍ଫୋରଣ ପରେ ଗ୍ୟାସ ସିଲିଣ୍ଡରର ଟୁକୁଡା ଅଂଶ ଗାଁ ଭିତରେ ଏବଂ ଆଖାପାଖ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା। ପୋଲିସ ତୁରନ୍ତ ଏହି ରାସ୍ତାରେ ଯାତାୟାତକୁ ବନ୍ଦ କରି ଦେଇଥିଲା।
ତେବେ ନିଆଁକୁ କୌଣସି ପ୍ରକାର ଆୟତ୍ତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/thunder_1626168789.jpg)