death sentence
ବୁଲନ୍ଦସହର: ଉତ୍ତରପ୍ରଦେଣ ବୁଲନ୍ଦ ସହରର ବହୁଚର୍ଚ୍ଚିତ ଆରୁଷି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ (ଚଳନ୍ତା କାର୍ରେ ଗଣଦୁଷ୍କର୍ମ ଓ ହତ୍ୟା) ମାମଲାର ରାୟ ଶୁଣାଣୀ ହୋଇଛି। ମାମଲାର ବିଚାର କରି ପୋସ୍କୋ କୋର୍ଟ ତିନି ଅଭିଯୁକ୍ତଙ୍କୁ ଫାଶିଦଣ୍ଡାଦେଶ ଶୁଣାଇଛନ୍ତି। ଏଠି କହିରଖିବୁ, ଆରୁଷି ଗଣଦୁଷ୍ମର୍ମ ଓ ହତ୍ୟାକାଣ୍ଡ ସମଗ୍ର ଉତ୍ତର ପ୍ରଦେଶକୁ ଥରାଇ ଦେଇଥିଲା। ଚଳନ୍ତା କାର ଭିତରେ ଏପରି ଗଣଦୁଷ୍ମର୍ମ ଏବଂ ହତ୍ୟା ସେ ସମୟରେ ପୋଲିସର ନିଦ ହଜାଇ ଦେଇଥିଲା।
ଘଟଣା ଘଟିଥିଲା ୨୦୧୮ ଜାନୁଆରୀ ୨ ତାରିଖ ଦିନ। ଟ୍ୟୁଶନରୁ ଫେରିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଗ୍ୟାଙ୍ଗରେପ ପରେ ତାଙ୍କୁ ହତ୍ୟା କରାଯାଇଥିଲା। NH-91 ଚଳନ୍ତା କାରରେ ତାଙ୍କ ସହ ତିନିଜଣ ତାଙ୍କୁ ଗଣଦୁଷ୍ମର୍ମ କରିଥିଲେ। ଏହା ପରେ ତଣ୍ଟିଚିପି ଆରୁଷିକୁ ହତ୍ୟା କରିଥିଲେ। ଜାନୁଆରୀ ୪ ତାରିଖ ଦାଦରୀ କୋତବାଲି ଅଞ୍ଚଳରେ ଆରୁଷିର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁର୍ଷ୍କମ ଏବଂ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତ ସିକନ୍ଦରାବାଦ ନିବାସୀ ଇଜରାଇଲ, ଜୁଲଫିକର ଏବଂ ଦିଲଶାଦଙ୍କୁ ଗିରଫ କରିଥିଲା। ଦୁଇବର୍ଷ ଧରି ମାମଲା ଚାଲିବା ପରେ କୋର୍ଟ ରାୟ ଶୁଣାଇଛନ୍ତି।
ଶୁଣାଣୀ ସମୟରେ ପୋଲିସର ଅବହେଳା ମଧ୍ୟ ସାମ୍ନାକୁ ଆସିଥିଲା। ଏ ନେଇ କୋର୍ଟ ପୋଲିସର କାର୍ଯ୍ୟକୁ ଭର୍ତ୍ସନା କରିଥିଲେ। ତତ୍କାଳୀନ ଥାନା ଇନ୍ଚାର୍ଜ ସିଲ କରାଯାଇଥିବା ଜିନିଷ(ଛାତ୍ରୀଙ୍କ ଚପଲ, ବ୍ୟାଗ, ବହି, ବୋତଲ ଇତ୍ୟାଦି)କୁ କୋର୍ଟରେ ପେଶ କରି ନ ଥିଲେ। କୋର୍ଟଙ୍କ କହିବା ଅନୁଯାୟୀ, ଏହି ଜିନିଷ ଘଟଣାକୁ ସାବ୍ୟସ୍ତ କରିବା ପାଇଁ ଏକ ବଡ ପ୍ରମାଣ। କୋର୍ଟ ଏସଏସପିଙ୍କୁ ଚିଠି ଲେଖି ଚେତାବନୀ ମଧ୍ୟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/death-sentence-_1626168816.jpg)