duck
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ୍ ଭିଡିଓଗୁଡିକ ଖୁବ୍ ଭାଇରାଲ ହେଉଛି। ଆପଣମାନେ ସିଂହର ଶିକାର ଓ ହାତୀର ଫନି ଭିଡିଓକୁ ଦେଖିଥିବେ। କିନ୍ତୁ ଏଥର ଏକ ବତକ ଓ ଗାଈଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଭଳି ମଜାଦାର ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ। ଏକାକୀ ବତକଟି ଗାଈମାନଙ୍କ ସହିତ ଗଣ୍ଡଗୋଳ କରୁଛି। ଯେତେବଳେ ଏକ ଗାଈ ବତକକୁ ଆକ୍ରମଣ କରିବାକୁ ଆସୁଛି, ସେତେବେଳେ ବତକଟି ଖୁମ୍ପି ଖୁମ୍ପି ଗାଈଟିକୁ ପଛକୁ ଠେଲି ଦେଉଛି। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟ୍ୱିଟ୍ରେ ଶେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଖାଲି ପଡିଆରେ ଏକ କାନାଡ଼ିଆନ୍ ବତକ ଠିଆ ହୋଇଛି। ବତକ ପାଖରେ ଗାଈମାନେ ଛିଡ଼ା ହୋଇଛନ୍ତି। ଏହି ସମୟରେ ଏକ ଗାଈ ବତକ ଆଡକୁ ଆସୁଛି, କିନ୍ତୁ ବତକଟି ଭୟଭୀତ ନହୋଇ ଧର୍ଯ୍ୟର ସହିତ ଠିଆ ହୋଇ ଗାଈର ସାମ୍ନା କରିଥିଲା। ଗାଈଟି ପାଖକୁ ଆସିବା ମାତ୍ରେ ବତକଟି ଖୁମ୍ପି ଖୁମ୍ପି ଗାଈକୁ ପଛକୁ ଠେଲି ଦେଉଛି। ତା’ପରେ ପୁଣି ଏକ ଗାଈ ଆସୁଛି, ବତକଟି ପୂର୍ବପରି ଖୁମ୍ପିବାରେ ଲାଗିଛି।
ଏହି ଭିଡିଓଟି ୩ବର୍ଷର ପୁରୁଣା ଭିଡିଓ ବୋଲି କୁହାଯାଉଛି। ସେତେବେଳେ ବି ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏଥର ଆଇପିଏସ୍ ଦୀପାଂଶୁ କୋବ୍ରା ଏହି ଭିଡିଓକୁ ଶେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି,‘ ଭୟଠାରୁ ଅଧିକ ବଡ ଦ୍ୱନ୍ଦ୍ୱ କିଛି ନାହିଁ’।
ଏହି ଭିଡିଓ ଜୁନ୍ ୨୯ରେ ସେୟାର କରାଯାଇଛି, ଭିଡିଓଟିରେ ଏପର୍ଯ୍ୟନ୍ତ ୨.୬ ଲକ୍ଷ ଭ୍ୟୁଜ୍ ମିଳିଛି। ୧୬ହଜାରରୁ ଅଧିକ ଲାଇକ୍ ମିଳିଥିବାବେଳେ ୩ହଜାରରୁ ଅଧିକ ରିଟ୍ୱିଟ୍ କରାଯାଇଛି। ଲୋକମାନେ ଟ୍ୱିଟ୍ରେ ବତକର ସାହାସକୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/duck_1626697795.jpg)