wajjid
ନୂଆଦିଲ୍ଲୀ: ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ। ଗୀତଟି ତାଙ୍କ ଭାଇ ତଥା ସଙ୍ଗୀତ ନିର୍ଦ୍ଦେଶକ ସାଜିଦଙ୍କୁ ସେ ଉତ୍ସର୍ଗ କରିଛନ୍ତି।
View this post on InstagramA heart breaking old video of #wajidkhan . This is not a recent video. #rip
ଓ୍ୱାଜିଦ୍ ସୁପରହିଟ୍ ଦବଙ୍ଗ ଫିଲ୍ମର ଟାଇଟଲ ସଙ୍ଗ୍ ହୁଡୁ ହୁଡୁ ଦବଙ୍ଗ ଦବଙ୍ଗକୁ ଗାଉଥିବାର ଭିଡିଓଟି ଗୋଟିଏ ମେଡିକାଲରେ ସୁଟ୍ ହୋଇଥିବାରୁ ଏହା ତାଙ୍କର ଶେଷ ଭିଡିଓ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଗତ ରାତିରେ ମାତ୍ର ୪୩ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲ୍ରେ ୱାଜିଦ୍ ଖାନଙ୍କ ପରଲୋକ ହୋଇଥିଲା ମୁମ୍ବାଇ ସ୍ଥିତ ଭୋରସଭା କବ୍ରିସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
୧୯୯୮ରେ ପ୍ୟାର୍ କିୟା ତୋ ଡରନା କ୍ୟା ଫିଲ୍ମ ଜରିଆରେ ବଲିଉଡରେ ସଂଗୀତ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଓ୍ୱାଜିଦ। ଦବଙ୍ଗ, ୱାଣ୍ଟେଡ୍, ଏକ ଥା ଟାଇଗର୍, ଦ କିଲର୍, ଆୱାରା ଭଳି ଫିଲ୍ମରେ ହିଟ୍ ଗୀତ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wajjid_1626259496.jpg)