mouse
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନିର ନିଜ ଟ୍ୱିଟ୍ର ହ୍ୟାଣ୍ଡଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟେ ଛୋଟ ମା’ ମୂଷାଟି ବର୍ଷାରେ ଓଦା ହୋଇ ନିଜ ଛୁଆମାନଙ୍କୁ କିପରି ବଞ୍ଚାଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରବଳ ବର୍ଷା ହେଉଛି। ବର୍ଷାରେ ମୂଷାର ଗାତରେ ପାଣି ଭର୍ତ୍ତି ହୋଇଯାଉଛି। ଯାହାଫଳରେ ଗାତରେ ତା’ର ଥିବା ଛୋଟ ଛୋଟ ଛୁଆମାନେ ଓଦା ହେଉଛନ୍ତି। ନିଜ ଛୁଆମାନଙ୍କୁ ବଞ୍ଚାଇବା ପାଇଁ ମୂଷାଟି ଓଦା ହୋଇ ଗାତକୁ ଥରକୁ ଥର ଯାଇ ଛୁଆମାନଙ୍କୁ ଆଣି ଏକ ସୁରକ୍ଷିତ ସ୍ଥାନରେ ଛାଡ଼ୁଛି।
ଏହି ଭିଡିଓକୁ ଅନିର ନିଜ ଟ୍ୱିଟ୍ରରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ’ରାତିରେ ଶୋଇବା ପୂର୍ବରୁ ଏହେଉଛି ଦିଲ୍ଲୀର ସବୁଠୁ ହୃଦୟକୁ ଥରାଇ ଦେବାଭଳି ଦୃଶ୍ୟ’। ଅନିରଙ୍କ ଏହି ଟ୍ୱିଟ୍ରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ବଲିଉଡ ନିର୍ଦ୍ଦେଶକ ଅନିର ତାଙ୍କର ଅପାରଗ ଚିନ୍ତାଧାରା ପାଇଁ ବେଶ୍ ଜଣାଶୁଣା।
ବଲିଉଡ ନିର୍ଦ୍ଦେଶକ ଅନିର ତାଙ୍କ ଫିଲ୍ମ ‘My Brother...Nikhil ’ପାଇଁ ବେଶ୍ ଜଣାଶୁଣା। ଏହି ଫିଲ୍ମରେ ଅଭିତେନା ସଞ୍ଜୟ ସୌରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଅନିରଙ୍କ ଆଉ ଏକ ଫିଲ୍ମ ‘I Am’ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଅଧାରିତ। ୨୦୧୭ ମସିହାରେ ଅନିର ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ନେଇ ‘Shab’ ଫିଲ୍ମ କରିଥିଲେ। ସେ ତାଙ୍କ ଜୀବନରେ ମୋଟ ୧୩ଟି ପୁରସ୍କାର ଜିତିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mouse_1625534177.jpg)