Advertisment

ବଲିଉଡ୍‌ ଅଭନେତା ଅଲ୍ଲି ଫଜଲ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଲ୍ଲି ଫଜଲ ମା’ଙ୍କର ଗତକାଲି ପରଲୋକ ହୋଇଯାଇଛି। ଅଲ୍ଲି ଫଜଲଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ରଙ୍କ କହିବା ଅନୁଯାୟୀ, ହଠାତ୍‌ ଅଲ୍ଲିଙ୍କ ମା’ ଅସୁସ୍ଥ ଅନୁଭବ କରିଥିଲେ । ଲକ୍ଷ୍ନୌଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ‘ଫୁକ୍ରେ’ ଓ ‘ଭିକ୍ଟୋରିଆ ଆଣ୍ଡ ଅବଦୁଲ୍‌’ ଭଳି ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ହେଉଛନ୍ତି ଅଲି ଫଜଲ । ଅଲ୍ଲି ତାଙ୍କ ଟ୍ୱିଟ୍‌ରେ ତାଙ୍କ ମା’ଙ୍କୁ […]

ବଲିଉଡ୍‌ ଅଭନେତା ଅଲ୍ଲି ଫଜଲ ମା’ଙ୍କ ଦେହାନ୍ତ

aliii

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଲ୍ଲି ଫଜଲ ମା’ଙ୍କର ଗତକାଲି ପରଲୋକ ହୋଇଯାଇଛି। ଅଲ୍ଲି ଫଜଲଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ରଙ୍କ କହିବା ଅନୁଯାୟୀ, ହଠାତ୍‌ ଅଲ୍ଲିଙ୍କ ମା’ ଅସୁସ୍ଥ ଅନୁଭବ କରିଥିଲେ । ଲକ୍ଷ୍ନୌଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Advertisment

‘ଫୁକ୍ରେ’ ଓ ‘ଭିକ୍ଟୋରିଆ ଆଣ୍ଡ ଅବଦୁଲ୍‌’ ଭଳି ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ହେଉଛନ୍ତି ଅଲି ଫଜଲ । ଅଲ୍ଲି ତାଙ୍କ ଟ୍ୱିଟ୍‌ରେ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଲ୍ଲି ତାଙ୍କ ମା’ଙ୍କ ଫଟୋକୁ ସେୟାର କରି ଲେଖିଛନ୍ତି,‘ତୁମ କଥା ମନେ ପଡିବ ଆମ୍ମା। ମୋ ସହ ତୁମେ ଏପର୍ଯ୍ୟନ୍ତ ଥିଲ। ତୁମେ ମୋ ପାଇଁ ପ୍ରେରଣାର ଉତ୍ସ ଥିଲ, ତୁମେ ମୋର ସବୁକିଛି ଥିଲ ମା’। ତୁମର ପ୍ରିୟର ଅଲ୍ଲି’।

ଖବର ଅନୁଯାୟୀ, ଅଲ୍ଲି ଫଜଲ  ଖୁବ୍‌ ଶୀଘ୍ର ଏକ ହଲିଉଡ୍‌ ଫିଲ୍ମ ‘ଡେଥ୍‌ ଅନ୍‌ ଦି ନାଇଲ’ ଓ ଅନ୍ୟ ଏକ ୱେବ୍‌ ସିରିଜ ‘ମିର୍ଜାପୁର’ର ସିଜନ୍‌ ୨ରେ ନଜର ଆସବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ