b11
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି କର୍ମୀ କିନ୍ତୁ ଏପରି କାଣ୍ଡ ଭିଆଇଛନ୍ତି।
ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର ବୁଥକୁ ଯାଇଥିଲେ। ନିର୍ବାଚନ ପ୍ରକ୍ରିୟା ସଠିକ ଢ଼ଙ୍ଗରେ ଚାଲୁଛି କି ନାହିଁ ଦେଖିବାକୁ ସେ ଯାଇଥିଲେ ବୋଲି କହିଛନ୍ତି। ଏଥିପାଇଁ ସେ ତାଙ୍କର ପୋଲିଂ କାର୍ଡ଼ ସହ ପ୍ରାର୍ଥୀ ବୋଲି ପରିଚୟ ପତ୍ର ଦେଖାଇଥିଲେ। ହେଲେ ରାସ୍ତାରେ କିଛି ତୃଣମୂଳ କଂଗ୍ରେସର ମହିଳା ସମର୍ଥକ ତାଙ୍କୁ ଘେରି ଯାଇ ଟଣା ଓଟରା କରିବା ସହିତ ତଳେ ପକାଇ ଦେଇଥିଲେ ବୋଲି ସେ କହିଛନ୍ତି। ଏମିତିକି ତାଙ୍କ କାରକୁ ଆକ୍ରମଣ କରିଥିଲେ ବୋଲି ଦେଖିବାକୁ ମିଳିଛି। ନିର୍ବାଚନ କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ କରିବେ ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି।
ସେହିପରି ଗତକାଲି ରାତିରେ ପୂର୍ବ ମେଦିନାପୁର ନିର୍ବାଚନ ମଣ୍ଡଳୀରେ ଟିଏମସି ଏବଂ ବିଜେପି କର୍ମୀଙ୍କ ବିରୋଧରେ ବିବାଦ ହୋଇଥିଲା। ଏଥିରେ ଜଣେ ବିଜେପି ଏବଂ ଜଣେ ଟିଏମସି କର୍ମୀଙ୍କ ମୃତ୍ୟୁ ହୋଇଛି। ବିଜେପି କର୍ମୀଙ୍କୁ ତୃଣମୂଳ କଂଗ୍ରେସର କର୍ମୀ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି।
ଚଳିତ ଥର ନିର୍ବାଚନବେଳେ ଟିଏମସି ଏବଂ ବିଜେପି ମଧ୍ୟରେ ଅଧିକ ବିବାଦ ଦେଖିବାକୁ ମିଳିଛି। ନିର୍ବାଚନୀ ହିଂସାରେ ଟିଏମସି ନେତା ଓ କର୍ମୀଙ୍କ ସଂପୃକ୍ତି ଅଧିକା ଥିବା ନେଇ ସୂଚନା ମିଳିବା ପରେ ନିର୍ବାଚନ କମିଶନ ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିଛନ୍ତି।
ଘାଟାଲ ଲୋକସଭା ଆସନରେ ଭାରତୀ ଘୋଷଙ୍କ ବିପକ୍ଷରେ ଟିଏମସରି ପ୍ରାର୍ଥୀ ହୋଇଛନ୍ତି ଆଇନଜୀବୀ ଦୀପକ ଦେବ। ସୂଚନାଯୋଗ୍ୟ ଯେ ଏକଦା ବିଜେପିର ଏହି ଆଇପିଏସ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଅତି ନିକଟତର ଥିଲେ। ଏବଂ ମମତାଙ୍କୁ ମାଆ ବୋଲି ସମ୍ବୋଧନ କରୁଥିଲେ। ସରକାରୀ ଚାକିରିରେ ଥିବା ବେଳେ ଭାରତୀ ଘୋଷଙ୍କ ଏକ ଗୋଲ୍ଡ଼ ସ୍କାମରେ ଜଡ଼ିତ ଥିବା ଅଭିଯୋଗ ଆସିଥିଲା।
ପରେ ପଶ୍ଚିମବଙ୍ଗ ସରକାର ତାଙ୍କର ବଦଳି କରିଥିଲେ। ହେଲେ ଏହା ତାଙ୍କ ବିରୋଦ୍ଧରେ ଷଡ଼ଯନ୍ତ୍ର ବୋଲି ଭାରତୀ ଘୋଷ କହିଥିଲେ। ଏହାପରେ ବଦଳି ଆଦେଶକୁ ପ୍ରତ୍ୟାଖାନ କରି ଇସ୍ତଫା ଦେଇଥିଲେ। ପରେ ଚଳିତ ବର୍ଷ ଫେବୃଆରୀ ମାସରେ ବିଜେପିରେ ମିଶିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/b11_1626429779.jpg)