jay-panda
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଇ ଦିନିଆ ମଣିପୁର ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲ ମଧ୍ୟ ମଣିପୁର ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଉଭୟ ପଦାଧିକାରୀ।
ଗତକାଲି ବୈଜୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ମଣିପୁର ରାଜ୍ୟ ବିଜେପି ଉପସଭାପତି ସାରଦା ଦେବୀଙ୍କ ଦ୍ୱାରା ଆୟୋଜିତ ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ବୈଜୟନ୍ତ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ସମୟୋପଯୋଗୀ ବିଚାରକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ।
ଗତ ଜୁଲାଇରେ ମଣିପୁରରେ ରାଜନୈତିକ ସଙ୍କଟର ସମାଧାନ ସହ ବିଜେପି ସରକାର ଉପରୁ ବିପଦ ଟାଳିବାରେ ପ୍ରମୁଖ ଭୂମିକା ନେଇଥିଲେ ବୈଜୟନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jay-panda_1625327133.jpg)