Advertisment

ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ନୂଆଦିଲ୍ଲୀ: ଲଗାତର ବିଚାର ବିମର୍ଶ ପରେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଦୁଇଦିନ ପୂର୍ବେ ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ଦଳ ତାଲିକା ଘୋଷଣା କରିଥାନ୍ତା। ତେବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ, ଦଳର ସମସ୍ତ କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ପାରିକରଙ୍କ ଅନ୍ତିମ ସଂସ୍କାର ପରେ ଆଜି ଦଳ ଏହାର ପ୍ରାର୍ଥୀ ତାଲିକା ଜାରି କରିବା ସମ୍ଭାବନା ରହିଛି। ବିଭିନ୍ନ ପ୍ରକାରର […]

ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

bjp

Advertisment

ନୂଆଦିଲ୍ଲୀ: ଲଗାତର ବିଚାର ବିମର୍ଶ ପରେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଦୁଇଦିନ ପୂର୍ବେ ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ଦଳ ତାଲିକା ଘୋଷଣା କରିଥାନ୍ତା। ତେବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ, ଦଳର ସମସ୍ତ କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ପାରିକରଙ୍କ ଅନ୍ତିମ ସଂସ୍କାର ପରେ ଆଜି ଦଳ ଏହାର ପ୍ରାର୍ଥୀ ତାଲିକା ଜାରି କରିବା ସମ୍ଭାବନା ରହିଛି।

Advertisment

ବିଭିନ୍ନ ପ୍ରକାରର ସର୍ଭେ ଓ ଦଳର ଆଭ୍ୟନ୍ତରୀଣ ସର୍ଭେକୁ ନଜରରେ ରଖି ଏବଂ ଜିତିବା ସମ୍ଭାବନାକୁ ନଜରରେ ରଖି ଦଳ ପ୍ରାର୍ଥୀ ଚୟନ କରୁଛି। ତେଣୁ ଏନେଇ ଦୀର୍ଘ ବିଚାରବିମର୍ଶ କରାଯାଇ ପ୍ରାର୍ଥୀ ତାଲିକା ଘୋଷଣା ଲାଗି ପଦକ୍ଷେପ ନିଆଯାଇଛି। ତେବେ ଏଥର ଦିଲ୍ଲୀର ଦୁଇରୁ ତିନିଜଣ ସାଂସଦଙ୍କୁ ଟିକେଟ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ଆଜି ପ୍ରାୟ ୧୧ଟି ରାଜ୍ୟର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଜାରି କରାଯିବ।

ବିହାର, ଉତ୍ତରାଖଣ୍ଡ, ଆସାମ, ଅରୁଣାଚଳ, ମଣିପୁର, ତ୍ରିପୁରା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ଜମ୍ମୁ ଓ କାଶ୍ମୀର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି, ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ