Advertisment

ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ନିଖୋଜ; ଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା  ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କେଫ୍‌ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଯାଉଥିଲେ। ମଝି ରାସ୍ତାରେ ନେତ୍ରାବତୀ ନଦୀ କୂଳରେ ସେ ଗାଡ଼ିରୁ ଓହ୍ଲାଇଥିଲେ।  ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା […]

ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ନିଖୋଜ; ଆତ୍ମହତ୍ୟା ସନ୍ଦେହ

2222222222

Advertisment

ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା  ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କେଫ୍‌ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଯାଉଥିଲେ। ମଝି ରାସ୍ତାରେ ନେତ୍ରାବତୀ ନଦୀ କୂଳରେ ସେ ଗାଡ଼ିରୁ ଓହ୍ଲାଇଥିଲେ।  ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ।

ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ  ନିଜର ଚିଫ୍ ଫାଇନାନ୍‌ସିଆଲ  ଅଫିସର(ସିଏଫ୍‌ଓ)ଙ୍କ ସହ କଥା ହୋଇଥିଲେ।  କଥା ହେବା ସମୟରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା।

Advertisment

ମାଙ୍ଗାଲୁରୁ ପୁଲିସ୍ କମିଶନର ସନ୍ଦୀପ ପାଟିଲ କହିଛନ୍ତି,“ ସିଦ୍ଧାର୍ଥ ସକଲେଶପୁର ଯାଉଛନ୍ତି ବୋଲି କହି ବେଙ୍ଗାଲୁରୁରୁ ବାହାରିଥିଲେ। ହେଲେ ନିଜର ଡ୍ରାଇଭରକୁ ମାଙ୍ଗାଲୁର ଯିବା ପାଇଁ କହିଥିଲେ। ନେତ୍ରବତୀ ନଦୀର ପୋଲ ଉପରେ ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଡ୍ରାଇଭରଙ୍କୁ ନଦୀର ଆରପଟେ ଅପେକ୍ଷା କରିବା ପାଇଁ କହିଥିଲେ। ଦୀର୍ଘ ସମୟ ଧରି ନ ଆସିବାରୁ ଡ୍ରାଇଭର ଫୋନ କରିଥିଲେ। ହେଲେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ ଥିଲା। କିଛି ସମୟର ଅପେକ୍ଷା ପରେ ଜଣେ ପ୍ରତ୍ୟେକ୍ଷଦର୍ଶୀ କେହି ଜଣେ ପୋଲ ଉପରୁ ଡେଇଁ ପଡିଥିବା ନେଇ ତାଙ୍କୁ କହିଥିଲା ଫଳରେ ସେ ଏନେଇ ପୋଲିସରେ ଜଣାଇଥିଲେ

ସିଦ୍ଧାର୍ଥ  କେଫ୍‌ କଫି ଡେ’ ପାଇଁ  ସାତ ହଜାର କୋଟି  ଟଙ୍କା ଋଣ କରିଥିଲେ। ଋଣ  ଟଙ୍କା ସୁଝି ନ ପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି  ପୁଲିସ୍ ସନ୍ଦେହ କରୁଛି।

ତେବେ ସିଦ୍ଧାର୍ଥ କାଫେ କଫି ଡେର ବୋର୍ଡ ଅଫ୍ ଡିରେକ୍ଟରଙ୍କୁ ଲେଖିଥିବା ଚିଠିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଋଣ ଭାରରେ ବୁଡ଼ି ରହିଥିବାରୁ ସେ କିଛି କଠିନ ନିଷ୍ପତ୍ତି ନେଇଥିବା ତାଙ୍କ ଚିଠି ଲେଖିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଓ ସହଯୋଗୀ କମ୍ପାନୀରେ ୩୦ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇଛନ୍ତି। ଏଥିସହ ସେ ଅଂଶୀଦାର ଥିବା କମ୍ପାନୀରେ ୨୦ ହଜାର ଲୋକ ନିଯୁକ୍ତି ପାଇଛନ୍ତି । କିନ୍ତୁ ଏବେ ସେ ଅତ୍ୟଧିକ ଚାପ ସହିବା ଅବସ୍ଥାରେ ନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। କାରଣ ବ୍ୟବସାୟରେ କ୍ଷତି ସହିବା ସହ  ଆୟକର ବିଭାଗର ପୂର୍ବତନ ନିର୍ଦ୍ଦେଶକଙ୍କ ଦ୍ୱାରା ଦୁଇ ଦୁଇ ଥର ତାଙ୍କ ସମ୍ପତ୍ତି ଜବତ କରାଯାଇଥିଲା।  ତେବେ ଏପରି ଆର୍ଥିକ ସଂକଟ  ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି ।

ପୁଲିସ୍ ସିଦ୍ଧାର୍ଥଙ୍କୁ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ଏପରି ସ୍ଥିତିରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ତାଙ୍କ ଘରେ ପହଞ୍ଚି ସାନ୍ତ୍ୱନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ