Advertisment

ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା […]

ଅଦ୍ୟତନ ହୋଇଛି
ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

jay-panda

Advertisment

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନ ସେନା, ଆଇଏସଆଇ ସମେତ ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କିଛି ବ୍ୟକ୍ତିତ୍ୱଙ୍କର ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି। ଟୁଇଟରରେ ବିଭିନ୍ନ ଥ୍ରେଡ୍‌ ଅଧ୍ୟୟନ ପରେ ଏଭଳି ଜାଣି ବୈଜୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା କହିଛନ୍ତି। ଯେଉଁ ବଲିଉଡ ବ୍ୟକ୍ତିତ୍ୱ ଏଭଳି ସଂପର୍କରେ ଅଛନ୍ତି ସେମାନେ ପାକିସ୍ତାନୀଙ୍କ ସହିତ ସମସ୍ତ ପ୍ରକାର ସଂପର୍କ ଛିନ୍ନ କରିବା ଦରକାର ବୋଲି ବୈଜୟନ୍ତ ଟୁଇଟ୍ କରି ଲେଖିଛନ୍ତି।

https://twitter.com/PandaJay/status/1285837810310627328?s=20

ତେବେ ବୈଜୟନ୍ତଙ୍କ ଏହି ଟୁଇଟକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ଏହି ଟୁଇଟକୁ ୪ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ଦେଢ଼ ହଜାରରୁ ଅଧିକ ରିଟୁଇଟ୍ କରାଯାଇଛି। କିଛି ୟୁଜର୍ ମଧ୍ୟ ବୈଜୟନ୍ତଙ୍କ ଆହ୍ୱାନଙ୍କୁ ଗ୍ରହଣ କରିଛନ୍ତି। କିଛି ୟୁଜର ଲେଖିଛନ୍ତି, ବୈଜୟନ୍ତଙ୍କ ଏହି ଟୁଇଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

କିଛି ଲେଖିଛନ୍ତି, ଯେଉଁମାନେ ଏଭଳି କାମରେ ଲିପ୍ତ ଅଛନ୍ତି, ସେମାନଙ୍କ ନାଁ ଉଲ୍ଲେଖ କରିବା ଦରକାର। ଏହାଦ୍ୱାରା ସତ ସାମ୍ନାକୁ ଆସିବ। ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଯାହା କହିଛନ୍ତି, ତାହା ଆମେ ଜାଣିଛୁ। ବଲିଉଡ୍ ଏବେ ଅଣ୍ଡରୱାର୍ଲ୍ଡ କଣ୍ଟ୍ରୋଲରେ ଅଛି। କିଛି ନାମୀ ବଲିଉଡ୍ ସେଲିବ୍ରିଟୀ ଯେଉଁମାନେ ଜେହାଦିର ସମର୍ଥକ ରହିଆସିଛନ୍ତି, ସେମାନଙ୍କୁ ଆମେ ସମର୍ଥନ କରୁଛୁ।

ଆଉ କିଛି ଏହି ମାମଲାର ଏନଆଇଏ ତଦନ୍ତ ହେବା ଦରକାର ବୋଲି ମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ସାର୍, ଜାତୀୟ ସ୍ୱାର୍ଥର ରକ୍ଷା ପାଇଁ ଆପଣ ଏହି ଆନ୍ଦୋଳନରେ ସାମିଲ୍‌ ହୁଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ