Advertisment

ନନ୍ଦିଗ୍ରାମରେ ବିଜେପିର ଶକ୍ତି ପ୍ରଦର୍ଶନ: ଦଳବଳ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ମହାସଂଗ୍ରାମ ଫୋକସରେ ରହିଛି ନନ୍ଦିଗ୍ରାମ। ଆଜି ଏଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱି ଶୁଭେନ୍ଦୁ ଅଧିକାରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ନନ୍ଦିଗ୍ରାମକୁ କେତେ ଗୁରୁତ୍ୱ ଦେଉଛି ବିଜେପି।

ନନ୍ଦିଗ୍ରାମରେ ବିଜେପିର ଶକ୍ତି ପ୍ରଦର୍ଶନ: ଦଳବଳ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

ots-nandigram

Advertisment

କୋଲକତା: ପଶ୍ଚିମବଙ୍ଗ ମହାସଂଗ୍ରାମ ଫୋକସରେ ରହିଛି ନନ୍ଦିଗ୍ରାମ। ଆଜି ଏଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱି ଶୁଭେନ୍ଦୁ ଅଧିକାରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ନନ୍ଦିଗ୍ରାମକୁ କେତେ ଗୁରୁତ୍ୱ ଦେଉଛି ବିଜେପି। ଏଣେ ଦିନକ ତଳେ ପ୍ରାର୍ଥିପତ୍ର ଦାଖଲ ପରବର୍ତ୍ତୀ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପ୍ରସଙ୍ଗକୁ ନେଇ ଥମୁନି ଆରୋପ-ପ୍ରତ୍ୟାରୋପ ଓ ବାଦ ବିବାଦ। ବିଜେପିର ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଫେରାଦ ହୋଇଛି ଟିଏମସି।

Advertisment

ଦିଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଶୁଭେନ୍ଦୁ ଭିଡ଼ୁଛନ୍ତି ପାଗ। ଆଉ ଆଜି ନନ୍ଦିଗ୍ରାମ ଆସନରୁ ପ୍ରାର୍ଥିପତ୍ର ଭରିବା ବେଳର ଦୃଶ୍ୟକୁ ଯିଏ କେହିବି ଦେଖିବ ସିଏ ସବୁକିଛି ଆପଣାଛାଏଁ ବୁଝିଯିବ। ପାଟପଟୁଆର ଧରି ନାମାଙ୍କନପତ୍ର ଦାଖଲ କରିଛନ୍ତି ଭୂମିପୁତ୍ର ଶୁଭେନ୍ଦୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭାବେ ଉଭା ହୋଇଥିବାରୁ ଶୁଭେନ୍ଦୁଙ୍କୁ ବି ବେଶ ଗୁରୁତ୍ୱ ଦେଇଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ସହ ଦଳର ଅନେକ ତୁଙ୍ଗ ନେତା ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ରହିଥିଲେ।

ସେପଟେ ନନ୍ଦିଗ୍ରାମରୁ ହିଁ ପରିବର୍ତ୍ତନର ହାଓ୍ୱା ବୋହିବ ବୋଲି ପ୍ରାର୍ଥିପତ୍ର ଦାଖଲ ପରେ କହିଛନ୍ତି ଶୁଭେନ୍ଦୁ। ମମତାଙ୍କ ତୃଣମୂଳ କଂଗ୍ରେସ ଏକ ପ୍ରାଇଭେଟ ଲିମିଟେଡ୍ କଂପାନୀରେ ପରିଣତ ହୋଇଥିବା ସେ କଟାକ୍ଷ କରିଛନ୍ତି। ଏପଟେ ନନ୍ଦିଗ୍ରାମ ରାଲି ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପ୍ରସଙ୍ଗକୁ ନେଇ ଜାରି ରହିଛି ଘମାସାନ୍। ଘଟଣାକୁ ନେଇ ଦିଦି ମତ ବଦଳାଇଥିଲେ ମଧ୍ୟ ତୃଣମୂଳ କଂଗ୍ରେସକୁ କିନ୍ତୁ ଏହାକୁ ଷଡ଼ଯନ୍ତ୍ରର ଆଖ୍ୟାା ଦେବା ସହ ମମତାଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଆଭିମୁଖ୍ୟରେ ଅଟଳ ରହିଛି। ଏନେଇ ଡେରେକ ଓବ୍ରାଏନଙ୍କ ନେତୃତ୍ୱରେ ୬ ଜଣ ସାଂସଦ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟିବା ସହ ସ୍ମାରକପତ୍ର ଦେଇଛନ୍ତି।

Advertisment

ପୋଲିସ ଡିଜି ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି ଓ ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଏଥିରେ ଉଲ୍ଲେଖ ରହିଛି। ତେବେ ପୁରା ଘଟଣା ରାଜନୈତିକ ଡ୍ରାମା ଓ ଭୋଟରଙ୍କ ସହାନୁଭୂତି ପାଇବାକୁ ଚାଲ୍ ବୋଲି ଅଭିଯୋଗ କରିଛି ବିଜେପି। ସତ ପଦାକୁ ଆଣିବା ଲାଗି ଦଳ ଘଟଣାର ସିବିଆଇ ତଦନ୍ତ ଦାବି କରିଛି।

ଗତ ୧୦ ତାରିଖରେ ନାମାଙ୍କନ ଦାଖଲ ପରବର୍ତ୍ତୀ ରାଲି ବେଳେ ଆହତ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୪-୫ ଜଣ ବ୍ୟକ୍ତି କାର ଡୋରକୁ ଜୋରରେ ଚାପି ଦେଇଥିବା ଅଭିଯୋଗ ଆଣି ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେହିପରି ସୁରକ୍ଷା ପ୍ରସଙ୍ଗକୁ ନେଇ ବି ପ୍ରଶ୍ନ ଉଠାଇଥିଲେ। ତେବେ ଗତକାଲି ସ୍ୱର ବଦଳାଇବା ସହ ଗୋଡ଼ ଚାପି ହୋଇଯିବାରୁ ଆହତ ହୋଇଥିବା କହିଥିଲେ ମମତା। ଏଣେ ବିଜେପି ପ୍ରରୋଚନାରେ କାମ କରୁଥିବା ଅଭିଯୋଗକୁ ନେଇ ତୃଣମୂଳ କଂଗ୍ରେସ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ନିର୍ବାଚନ କମିଶନ।

Advertisment

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ