Advertisment

ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି […]

ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

west bengal election

Advertisment

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ।

Advertisment

ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି କର୍ମୀଙ୍କ ଉପରକୁ ଲାଠି ମାଡ଼ ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଟିଏମସିରୁ ବିଜେପି ଯାଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଚନ୍ଦନନଗରରେ ରାଲି ବେଳେ ହୁମାୟୁନଙ୍କ ଗୋଲି ମାରୋ ନିର୍ଦ୍ଦେଶ ତାଙ୍କୁ ରାଜନୀତି ଭିତରକୁ ଟାଣି ଆଣିଥିଲା । ସେହିପରି ଝାରଗ୍ରାମ ଏସପି ଥିଲେ ଭାରତୀ ଘୋଷ । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ। ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର ଥିଲେ ଭାରତୀ ।ଏପରିକି ଝାରଗ୍ରାମରେ ଏକ ସାଧାରଣ ସଭାରେ ମମତାଙ୍କୁ ମାଆ ବୋଲି ସମ୍ବୋଧନ କରି ଚର୍ଚ୍ଚାରେ ଥିଲେ । ତେଣୁ ଚଳିତ ଥର ନିର୍ବାଚନ ରୋଚକ ହେବା ସମ୍ଭାବନା ରହିଛି।

ଆସନ୍ତା ୨୭ ତାରିଖରୁ ପଶ୍ଚିମବଙ୍ଗରେ ଆରମ୍ଭ ହେଉଛି ବିଧାନସଭା ନିର୍ବାଚନ । ମୋଟ ୮ଟି  ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ପାଇଁ ମାର୍ଚ୍ଚ ୨୭ରେ, ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଆସନ ପାଇଁ ଏପ୍ରିଲ ୧ରେ, ତୃତୀୟ ପର୍ଯ୍ୟାୟରେ ୩୧ ଆସନ ପାଇଁ ଏପ୍ରିଲ ୬ରେ, ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନ ପାଇଁ ଏପ୍ରିଲ ୧୦ରେ, ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ପାଇଁ ଏପ୍ରିଲ ୧୭ରେ, ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ଏପ୍ରିଲ ୨୨ରେ, ସପ୍ତମ ପର୍ଯ୍ୟାୟରେ ୩୬ ଆସନ ପାଇଁ ଏପ୍ରିଲ ୨୬ରେ ଏବଂ ଅଷ୍ଟମ ତଥା ଶେଷ ପର୍ଯ୍ୟାୟରେ ୩୫ ଆସନ ପାଇଁ ଏପ୍ରିଲ ୨୯ରେ ଭୋଟଗ୍ରହଣ ହେବ।

Advertisment

କ୍ଷମତାସୀନ ଟିଏମସି ଶୁକ୍ରବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତିନୋଟି ସିଟ୍ ବ୍ୟତୀତ ଟିଏମସି ରାଜ୍ୟର ୨୯୧ ଟି ଆସନରେ ପ୍ରାର୍ଥୀଙ୍କ ତାଲିକା ଦେଇଛି । ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଏଥି ସହିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ମଧ୍ୟ ନିଜର  ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ