Advertisment

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା : ଟଏମସିର ଗୁଣ୍ଡାମାନେ ପ୍ରଚାର ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ କଲା ବିଜେପି

କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି ନିକଟସ୍ଥ କଡାପରାରେ ବିଜେପିର ଗୋଦାମରେ ନିକଟରେ ଛିଡ଼ା ହୋଇଥିବା ପ୍ରଚାର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣା ପାଇଁ ସମ୍ପର୍କରେ ବୁଝାବୁଝି କରିବାକୁ […]

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା : ଟଏମସିର ଗୁଣ୍ଡାମାନେ ପ୍ରଚାର ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ କଲା ବିଜେପି

west benagal

Advertisment

କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି ନିକଟସ୍ଥ କଡାପରାରେ ବିଜେପିର ଗୋଦାମରେ ନିକଟରେ ଛିଡ଼ା ହୋଇଥିବା ପ୍ରଚାର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣା ପାଇଁ ସମ୍ପର୍କରେ ବୁଝାବୁଝି କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଜେପି ନେତା ସାମିକ ଭଟ୍ଟାଚାର୍ଯ୍ୟ ।

Advertisment

ଟଏମସିର ଗୁଣ୍ଡାମାନେ କଡାପାରା ଗୋଦାମ ଘରେ ବଳବପୂର୍ବକ ପଶି ପ୍ରଭାର ଭ୍ୟାନ ଭାଙ୍ଗିଥିବା ଅଭିଯୋଗ କରିଛି ବିଜପି। ଟିଏମସିର କିଛି କର୍ମୀ କଡାପାରାରେ ଥିବା ଦଳୀୟ କାର୍ଯ୍ୟାଳୟରେ ଧଶେଇ ପଶିବା ପରେ, ଭଙ୍ଗାରୁଜା କରି  ନାମୀଦାମୀ ଜିନିଷ ଚୋରି କରିନେଇଛନ୍ତି । ବିଜେପି ପକ୍ଷରୁ ଏହି ମାମଲାରେ ଥାନାରେ ଅଭିଯୋଗ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏହି ମାମଲାରେ ଟିଏମସିକୁ ଟାର୍ଗେଟ୍ କରିଛନ୍ତି ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ୮ଟି  ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ବୋଲି ଗତକାଲଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।  ସମସ୍ତ ରାଜ୍ୟର ଭୋଟ୍ ଗଣତି ମେ ୨ରେ ହେବ। ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ପାଇଁ ମାର୍ଚ୍ଚ ୨୭ରେ, ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଆସନ ପାଇଁ ଏପ୍ରିଲ ୧ରେ, ତୃତୀୟ ପର୍ଯ୍ୟାୟରେ ୩୧ ଆସନ ପାଇଁ ଏପ୍ରିଲ ୬ରେ, ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନ ପାଇଁ ଏପ୍ରିଲ ୧୦ରେ, ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ପାଇଁ ଏପ୍ରିଲ ୧୭ରେ, ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ଏପ୍ରିଲ ୨୨ରେ, ସପ୍ତମ ପର୍ଯ୍ୟାୟରେ ୩୬ ଆସନ ପାଇଁ ଏପ୍ରିଲ ୨୬ରେ ଏବଂ ଅଷ୍ଟମ ତଥା ଶେଷ ପର୍ଯ୍ୟାୟରେ ୩୫ ଆସନ ପାଇଁ ଏପ୍ରିଲ ୨୯ରେ ଭୋଟଗ୍ରହଣ ହେବ ବୋଲି ସୂଚନା ମିଳିଛି।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ