Tap Water Burning
ପାଣି ଟ୍ୟାପ୍ରୁ ପାଣି ବଦଳରେ ବାହାରୁଛି ନିଆଁ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚୀନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଏକ ପାଣି ଟ୍ୟାପ୍ ନିକଟରେ ଲାଇଟର୍ ରଖିବା ପରେ ଟ୍ୟାପ୍ରୁ ପାଣି ବଦଳରେ ନିଆଁ ବାହାରୁଛି। Ladbible ର ଖବର ଅନୁସାରେ, ପଞ୍ଜିନ ସହରରେ ରହୁଥିବା ମିସ୍ ୱେନ୍ ଏହି ଭିଡିଓ ଚୀନର ସୋସିଆଲ ମିଡିଆ ୱେବ୍ସାଇଟ୍ Weiboରେ ଶେଆର କରିଛନ୍ତି। ଭ ପୋଷ୍ଟ ହେବାର କିଛି ସମୟ ପରେ ଏହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି।
ମିସ୍ ୱେନ୍ କହିଛନ୍ତି, ‘ରେଗୁଲାର୍ ଟ୍ୟାପ୍ ପାଣିଠୁ ଆମ ଟ୍ୟାପ୍ରେ ଆସୁଥିବା ପାଣି ଅଏଲି ଦେଖାଯାଇଥାଏ। ପାଣି ସପ୍ଲାଏରେ ପ୍ରାକୃତିକ ଗ୍ୟାସ୍ ମିଶିଥିବା ନେଇ ଲୋକାଲ୍ ୱାଟର୍ ସପ୍ଲାଏ ଷ୍ଟେସନରେ ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ହୋଇପାରିନଥିଲା।
ସେ କହିଛନ୍ତି, ‘ଆମ୍ଭମାନଙ୍କ ସ୍ୱାସ୍ଥ୍ୟକୁ ନେଇ ମୋ ମା’ ଚିନ୍ତାରେ ଥିଲେ। କାରଣ ପାଣି ଗ୍ୟାସୀୟ ଥିଲା, କିନ୍ତୁ ଗନ୍ଧହୀନ ଥିଲା। ସେ ପ୍ରଥମଥର ପାଇଁ ଏଭଳି ଜ୍ୱଳନଶୀଳ ପାଣି ୩ରୁ ୪ ବର୍ଷ ତଳେ ଦେଖିଥିଲେ।’
ଭିଡିଓ ଭାଇରାଲ ହେବା ପରେ ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ କରିଥିଲେ। ତେବେ ଜ୍ୱଳନଶୀଳ ପାଣି (ପାଣିରୁ ନିଆଁ ବାହାରିବା) ବାହାରିବା ପଛର କାରଣ ପ୍ରାକୃତିକ ଗ୍ୟାସ୍ କିଛି ମାତ୍ରାରେ ଥିଲା ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tap-Water-Burning_1625071292.jpg)