Advertisment

ଅପରାଧୀଙ୍କୁ ଧରିବା ପାଇଁ ବ୍ୟାଣ୍ଡବାଜା ଧରି ପହଞ୍ଚିଲା ପୋଲିସ

ପାଟନା: ବିହାର ପୋଲିସ ଅପରାଧିମାନଙ୍କୁ ଦମନ କରିବା ପାଇଁ ଅଜବଧରଣର ଉପାୟମାନ ଅବଲମ୍ୱନ କରୁଛି। ବେଳେବେଳେ ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାଯ୍ୟ ନେଉଛନ୍ତି, ପୁଣି ନିୟମ ନମାନୁଥିବା କିଛି ଅମାନିଆକୁ ସାବାଡ୍‌ କରିବା ପାଇଁ ହେଲମେଟ୍‌ ଓ ବୀମା ମଧ୍ୟ କରାଉଛନ୍ତି। ଏଥର ମଧ୍ୟ ଅପରାଧିଙ୍କୁ ଧରିବା ପାଇଁ ପୋଲିସ ଏକ ଆଶ୍ଚର୍ଯ୍ୟ କଲାଭଳି ଉପାୟ ଆପଣେଇଛି। ପୋଲିସ ବ୍ୟାଣ୍ଡବାଜା ବାରାତ୍‌ ଧରି ଅପରାଧିଙ୍କ ଘରେ ପହଞ୍ଚିଛି। ଏଭଳି ଘଟଣା ଭାଗଲପୁରର ମାଡୱା ଜିଲ୍ଲାରେ ଘଟିଛି। […]

ଅପରାଧୀଙ୍କୁ ଧରିବା ପାଇଁ ବ୍ୟାଣ୍ଡବାଜା ଧରି ପହଞ୍ଚିଲା ପୋଲିସ

police

Advertisment

ପାଟନା: ବିହାର ପୋଲିସ ଅପରାଧିମାନଙ୍କୁ ଦମନ କରିବା ପାଇଁ ଅଜବଧରଣର ଉପାୟମାନ ଅବଲମ୍ୱନ କରୁଛି। ବେଳେବେଳେ ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାଯ୍ୟ ନେଉଛନ୍ତି, ପୁଣି ନିୟମ ନମାନୁଥିବା କିଛି ଅମାନିଆକୁ ସାବାଡ୍‌ କରିବା ପାଇଁ ହେଲମେଟ୍‌ ଓ ବୀମା ମଧ୍ୟ କରାଉଛନ୍ତି। ଏଥର ମଧ୍ୟ ଅପରାଧିଙ୍କୁ ଧରିବା ପାଇଁ ପୋଲିସ ଏକ ଆଶ୍ଚର୍ଯ୍ୟ କଲାଭଳି ଉପାୟ ଆପଣେଇଛି। ପୋଲିସ ବ୍ୟାଣ୍ଡବାଜା ବାରାତ୍‌ ଧରି ଅପରାଧିଙ୍କ ଘରେ ପହଞ୍ଚିଛି। ଏଭଳି ଘଟଣା ଭାଗଲପୁରର ମାଡୱା ଜିଲ୍ଲାରେ ଘଟିଛି।

Advertisment

ଖବର ଅନୁଯାୟୀ, ଭାଗଲପୁର ପୋଲିସ ବ୍ୟାଣ୍ଡବାଜା ଧରି ପଳାତକ ଅପରାଧୀଙ୍କ ଘରେ ପହଞ୍ଚି , ତାଙ୍କୁ ଆତ୍ମସମର୍ପଣ କରିବାକୁ କହୁଛି। ପରେ ଅପରାଧୀର ଘର ବାହାରେ କୋର୍ଟ ନୋଟିସ ଲଗାଇଥିଲା ପୋଲିସ। ଅପରାଧୀକୁ ଧରିବା ପାଇଁ ପୋଲିସ ସମ୍ପର୍କୀୟମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲା।

Advertisment

ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ,‘ଅପରାଧୀର ପରିବାରକୁ ଏକ ଚେତାବନୀ ଦେଇଛୁ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆତ୍ମସମର୍ପଣ ନକଲେ ଘରର କାଗଜପତ୍ର ଜବତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରାଧୀମାନଙ୍କୁ ଧରିବା ପାଇଁ ବିହାର ପୋଲିସର ଏଭଳି ନିଆରା ପଦକ୍ଷେପକୁ ଲୋକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ