bjp
ପାଟଣା: ବିହାରରେ କରୋନାଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ଏହି ମହାମାରୀ ବିଜେପି କାର୍ଯ୍ୟାଳୟରେ ଏଣ୍ଟ୍ରି ମାରିଛି। ବିହାରର ବିଜେପି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କ ସମେତ ୭୫ଜଣ ନେତା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ସୋମବାର ମୁଖ୍ୟାଳୟର ପ୍ରାୟ ୧୦୦ ନେତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ଆଜି ବାହାରିଥିବା ରିପୋର୍ଟରେ ୭୫ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ୍।
ସେ କହିଛନ୍ତି, ପାର୍ଟିର ୨୪ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ରାପିଡ୍ ଟେଷ୍ଟ ସମୟରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ଆମେ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛୁ। ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିଛି, ସେମାନଙ୍କ ଭିତରେ କୌଣସି ଲକ୍ଷଣ ନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମସ୍ତେ ହୋମ୍ କ୍ୱାରେଣ୍ଟିନରେ ଥିବା ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ବିହାରରେ ଏପର୍ଯ୍ୟନ୍ତ ପାଖାପାଖି ୧୮ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ମହାମାରୀରେ ୧୬୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨,୩୧୭ଜଣ ସୁସ୍ଥ ହୋଇଛନ୍ତି। ଏବେବି ରାଜ୍ୟରେ ୫୪୮୨ ଆକ୍ଟିସ୍ କେସ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-2_1626347926.jpg)