Advertisment

୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର […]

୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

covaxin

Advertisment

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି।

Advertisment

ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର ଜଣେ ଅଧିକାରୀ କହିଛନ୍ତି।

ଦିଲ୍ଲୀ ଏମ୍ସ ଏହି କୋଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏହାର ନୈତିକ କମିଟିରେ ପ୍ରସ୍ତବ ଦେବାର ସମ୍ଭାବନା ରହିଛି। କିନ୍ତୁ ଭାରତ ବାୟୋଟେକ୍‌ ପ୍ରଥମିକଭାବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଭାରତ ଡ୍ରଗ୍ସ ନିୟାମକଠାରୁ ସ୍ୱୀକୃତି ପାଇଛି। ଏହାର ପରୀକ୍ଷଣ ନଭେମ୍ୱର ମାସରେ କରାଯିବ ବୋଲି କୁହାଯାଇଛି।

Advertisment

ତେବେ ଭାରତ ବାୟୋଟେକ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ଫେଜ୍‌ ପରୀକ୍ଷଣ ୧୦ ରୁ ୧୨ଟି ରାଜ୍ୟରେ କରାଯିବ। ଏଥିପାଇଁ ୨୫ଟି ସ୍ଥାନକୁ ଚିହ୍ନଟ କରାଯାଇ ସ୍ୱଚ୍ଛାସେବୀଙ୍କ ଦେହରେ ଦୁଇଟି ଡୋଜ୍‌ରେ ଭ୍ୟାକ୍ସିନ ପ୍ରୟୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ