child
ଡେରାଡୁନ୍: ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଆଜି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ ନେଇ ଉତ୍ତରାଖଣ୍ଡରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ୯ ବର୍ଷରୁ କମ ବୟସର ପିଲାଙ୍କୁ ଗ୍ରାସ କରୁଛି ମହାମାରୀ କରୋନା ।ଏହି ବୟସର ପାଖାପାଖି ୧୦୦୦ ଶିଶୁ ଗତ ୧୦ ଦିନ ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି। ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି। ଏମାନଙ୍କ ମଧ୍ୟରୁ କେତେଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।
ବିଶେଷଜ୍ଞମାନେ ଅନୁମାନ କରିଥିଲେ ଯେ, କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ହେଲେ ଏହା ପୂର୍ବରୁ ଶିଶଙ୍କ ପାଇଁ ବିପଦ ସାଜିଛି କରୋନା। ଉତ୍ତରାଖଣ୍ଡରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଏକ ଚେତାବନୀ ଏବଂ ଏହାର ସମାଧାନ ପାଇଁ ଆଜିଠୁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ବିଶେଷଜ୍ଞ ଟିମ୍।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ଗତ ୧ ବର୍ଷ ମଧ୍ୟରେ ୨୧୨୧ ଜଣ ଶିଶୁ କୋଭିଡ ସଂକ୍ରମଣର ଶିକାର ହୋଇଥିଲେ। ଚଳିତବର୍ଷ ଏପ୍ରିଲ ୧ରୁ ଏପ୍ରିଲ ୧୫ ମଧ୍ୟରେ ୨୬୪ ଶିଶୁ ପଜିଟିଭ ଆସିଥିଲେ। ଏପ୍ରିଲ ୧୬ରୁ ୩୦ ତାରିଖ ମଧ୍ୟରେ ୧୦୫୩ ଜଣ କରୋନା ସଂକ୍ରମିତ ହୋଇଥିଲେ। ସେହିପରି ମ’ ୧ ରୁ ମେ’ ୧୪ ମଧ୍ୟରେ୧୬୧୮ ଜଣ ଶିଶୁ କରୋନା ସଂକ୍ରମିତ ହେଲେଣି।
ଏଠି କହିରଖିବୁ, ରାଜ୍ୟର ନଅ ପାହାଡ଼ି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ସରକାର ପୂର୍ବରୁ ସୂଚନା ଦେଇଥିଲେ। । ଏହି ନଅଟି ଜିଲ୍ଲାରେ ମେ ୧ ରୁ ୧୪ ମଧ୍ୟରେ ଯେତିକି ଲୋକଙ୍କର କରୋନାରେ ମୃତ୍ୟୁ ଘଟିଥିଲା, ପୁରା ବର୍ଷର ମୃତ୍ୟୁ ସଂଖ୍ୟା ସେତିକି ନ ଥିଲା।
ସୋଶିଆଲ ଡେଭଲପମେଣ୍ଟ ଫର କମ୍ୟୁନିଟିଜ ଫାଉଣ୍ଡେସନ (SDCF) ମୁଖ୍ୟ ଅନୁପ ନୌଟିୟାଲ ଅଭିଯୋଗ କରି କହିଛନ୍ତି, ରାଜ୍ୟ ସରକାର ଟେଷ୍ଟିଂ ବଢାଇବା ଏବଂ ମୃତ୍ୟୁ ହାର କମାଇବାରେ ବିଫଳ ହୋଇଛନ୍ତି। ନୌଟିଆଲା କହିଛନ୍ତି, ଉତ୍ତରପ୍ରଦେଶରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଯେତିକି ପଜେଟିଭି ବାହାରୁଛନ୍ତି, ସେ ତୁଳନାରେ ଉତ୍ତରାଖଣ୍ଡର ତୁଳନା କେଲ ୭ ଗୁଣାଳ ଅଧିକ ରହିଛି।
ସୁଚନାଥାଉ କି, ଉତ୍ତରାଖଣ୍ଡରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ଟିଭ କସ୍ ୭୯, ୩୭୯ ରହିଛି। ବର୍ତ୍ତମାନ ସୁଦ୍ଧା କରୋନାରେ ୪୪୨୬ ଜଣଙ୍କର ମୃତ୍ୟୁ ଘଟିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/child-2_1621233062.jpg)