Advertisment

ଜାମ୍ମୁ ଓ କାଶ୍ମୀରର ନୂଆ ଉପ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। କିଛି […]

ଜାମ୍ମୁ ଓ କାଶ୍ମୀରର ନୂଆ ଉପ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

jay-panda1

Advertisment

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। କିଛି ଦିନ ତଳେ ଉଭୟେ ଏକାଠି ମଣିପୁର ଯାଇଥିବା ବୈଜୟନ୍ତ ଟ୍ୱିଟ୍ କରିଛନ୍ତି।

Advertisment

https://twitter.com/PandaJay/status/1291218772389322753?s=20

ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏବେ ଶ୍ରୀ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନା ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ।

୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହାପରେ ଏହାର ପୁନର୍ଗଠନ ହୋଇଥିଲା। ଗତ ବର୍ଷ ଅକ୍ଟୋବର ୩୧ରେ ଓଡ଼ିଶାରେ ଜନ୍ମିତ ଗିରୀଶ ମୁର୍ମୁଙ୍କୁ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ