Advertisment

ରାମଦେବଙ୍କ ପତଞ୍ଜଳୀ କମ୍ପାନୀକୁ ବଡ଼ ଝଟ୍‌କା

ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍‌କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍‌ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର […]

ରାମଦେବଙ୍କ ପତଞ୍ଜଳୀ କମ୍ପାନୀକୁ ବଡ଼ ଝଟ୍‌କା

ram dev baba

Advertisment

ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍‌କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍‌ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା।

Advertisment

ତେବେ ଜିଲ୍ଲାପାଳଙ୍କ ଅନୁମତି ଖବର ପ୍ରକାଶ ପାଇବା ମାତ୍ରେ ବିବାଦ ଆରମ୍ଭ ହୋଇଥିଲା। ଅନେକ ସଂସ୍ଥା ମଧ୍ୟ ଏହାକୁ ବରୋଧ କରିବା ଆରମ୍ଭ କରିଥିଲେ। ଏହାପରେ ଇନ୍ଦୋର କଲେକ୍ଟର ସ୍ପଷ୍ଟୀକରଣ ଦେଇଛନ୍ତି। ମେଡିକାଲ କଲେଜରୁ ପ୍ରସ୍ତୁତ ହେଉଥିବା ଆୟୁରର୍ବେଦିକ ମେଡିସିନ୍‌କୁ ଆବେଦନ କରୁଥିବା ରୋଗୀଙ୍କୁ ଦେବାପାଇଁ କହିଥିଲି। ଔଷଧ ବିତରଣ ପାଇଁ ଅନୁମତି ଦେଇଥିଲି କିନ୍ତୁ ପରୀକ୍ଷା ପାଇଁ ମୁଁ ଅନୁମତି ଦେଇନଥିଲି ବୋଲି କଲେକ୍ଟର କହିଛନ୍ତି।

ମେଡିକାଲ କଲେଜର ଡିନ୍ ଏକ ସ୍ଥାନୀୟ ଖବରକାଗଜକୁ ସୂଚନା ଦେଇ କହିଛନ୍ତି, ଔଷଧ କରୋନା ରୋଗୀଙ୍କୁ ଦେବା ଏବଂ ଫଳାଫଳ ପରୀକ୍ଷା କରିବା ପାଇଁ ଏହି ଆବେଦନ କରାଯାଇଥିଲା। ତେଣୁ ଆବେଦନଟିକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ଜୟପୁରର କିଛି ରୋଗୀଙ୍କ ଉପରେ ଏହା ପରୀକ୍ଷା କରାଯାଇଛି ବୋଲି ବାବାଙ୍କ କମ୍ପାନୀ ଦାବି କରିଛି।

Advertisment

ଗତ କିଛି ଦିନ ତଳେ ପତଞ୍ଜଳୀର ଆୟୁର୍ବେଦିକ କାଢ଼ାକୁ ନେଇ ଆଡଭାଇଜରି ଜାରି ହେବା ପରେ ଔଷଧ ତିଆରି ନେଇ କମ୍ପାନୀ ପକ୍ଷରୁ ଔଷଧ ପ୍ରସ୍ତୁତି ନେଇ ସୂଚନା ଦିଆଯାଇଥିଲା। ପରେ ଏହି ଔଷଧରେ ଇନ୍ଦୋରରେ ଥିବା ରୋଗୀଙ୍କଠାରେ ଟ୍ରାଏଲ୍ କରିବାକୁ  ଆବେଦନ କରିଥିଲା। କମ୍ପାନୀ ଅଶ୍ୱଗନ୍ଧାରେ ଏହି ଔଷଧ ପ୍ରସ୍ତୁତ କରିଥିଲା। କମ୍ପାନୀର ଆବେଦନ ପରେ କଲେକ୍ଟର ଏହାକୁ ଅନୁମତି ଦେଇଥିଲେ କିନ୍ତୁ ବିବାଦ ପରେ ଏହାକୁ ରଦ୍ଦ କରିଦେଇଛନ୍ତି।

କଲେକ୍ଟରଙ୍କ କହିବା ଅନୁଯାୟୀ, ଡ୍ରଗ୍ ପରୀକ୍ଷାକୁ ଅନୁମତି ଦେଇ ନଥିଲା। କାରଣ ଆୟୁର୍ବେଦିକ କିମ୍ବା ହୋମିଓପାଥିକ ଔଷଧର କ୍ଲିନକାଲ୍‌ ପରୀକ୍ଷା ହୋଇନଥାଏ। ଏଥିପାଇଁ ଏକ ପ୍ରୋଟୋକଲ୍ ଥାଏ। ତେଣୁ ଏହିସବୁ ବିଷୟରେ ବିଚାର କରି ଆବେଦନ  ଅନୁମତି ପ୍ରତ୍ୟାହାର କରିନିଆଯାଇଛି।

Advertisment

ତେବେ ପ୍ରକାଶ ଥାଉକି, କୌଣସି ଔଷଧକୁ ଅନୁମତି ଦେବା ପାଇଁ ଏକ ପ୍ରୋଟୋକଲ୍ ରହିଛି। କଲେକ୍ଟର ଏହାକୁ ଅନୁମତି ଦେଇପାରିବେ ନାହିଁ। ଔଷଧର କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ICMR ଅନୁମତି ଦେଇଥାଏ। ଏହାକୁ ଆଧାର କରି ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ