Advertisment

୧୬୧ ଫୁଟ୍ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ […]

୧୬୧ ଫୁଟ୍ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର

RAM-MANDIR

Advertisment

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ।

Advertisment

ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ ଆସିବାର ସମ୍ଭାବନା ଥିବାରୁ ଏହାକୁ ଅଧିକ ଭବ୍ୟ କରିବା ଲାଗି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମନ୍ଦିରର ମୁଖ୍ୟ ଆର୍କିଟେକ୍ଟ ସି. ସୋମପୁରାଙ୍କ ପୁଅ ନିକିଲ ସୋମପୁରା। ସେହିପରି ମନ୍ଦିରରେ ଆଉ ଦୁଇଟି ମଣ୍ଡପ ନିର୍ମାଣ କରାଯିବ। ତେବେ ପୁରୁଣା ଢାଞ୍ଚା ଅନୁସାରେ ନିର୍ମିତ ସମସ୍ତ ପିଲରଙ୍କୁ ନୂଆ ମନ୍ଦିରରେ ଖଞ୍ଜା ଯିବ ବୋଲି ସେ ସୂଚନା ଦେଇଛନ୍ତି।

ମନ୍ଦିର କାମ ସଂପୂର୍ଣ୍ଣ ହେବା ଲାଗି ୩ରୁ ସାଢେ ୩ ବର୍ଷ ସମୟ ଲାଗିବ। ଆସନ୍ତା ୫ ତାରିଖରେ ମନ୍ଦିରର ଭୂମିପୂଜା ହେବାର ଅଛି। ୩ ତାରିଖରୁ ଏହି ତିନି ଦିନିଆ ଉତ୍ସବ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୦ ଜଣ ବିଶିଷ୍ଟ ବ୍ୟକ୍ତିକୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ