Advertisment

ଅଯୋଧ୍ୟା ରାମ ମନ୍ଦିର ନକ୍ସାକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲ: ଚୂଡ଼ାନ୍ତ ହୋଇଛି ରାମ ମନ୍ଦିର ନକ୍ସା। ଏହି ନକ୍ସାକୁ ମିଳିଛି ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ (ADA)ଙ୍କ ଅନୁମୋଦନ। ଆଜି ଏ ସଂପର୍କରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ମିଳିଛି। ଆଇନ ଅନୁସାରେ ୨୫ ଏକର ଜମି ପର୍ଯ୍ୟନ୍ତ କୌଣସି ନକ୍ସାକୁ ମଂଜୁରି ଦେଇପାରିବେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ। ୨୫ ଏକରରୁ ଅଧିକ ହେଲେ ବୋର୍ଡର ଅନୁମୋଦନ ଜରୁରୀ। ଆଜିର ବୈଠକରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ […]

ଅଯୋଧ୍ୟା ରାମ ମନ୍ଦିର ନକ୍ସାକୁ ମିଳିଲା ଅନୁମୋଦନ

ram-mandir

Advertisment

ନୂଆଦିଲ୍ଲ: ଚୂଡ଼ାନ୍ତ ହୋଇଛି ରାମ ମନ୍ଦିର ନକ୍ସା। ଏହି ନକ୍ସାକୁ ମିଳିଛି ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ (ADA)ଙ୍କ ଅନୁମୋଦନ। ଆଜି ଏ ସଂପର୍କରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ମିଳିଛି। ଆଇନ ଅନୁସାରେ ୨୫ ଏକର ଜମି ପର୍ଯ୍ୟନ୍ତ କୌଣସି ନକ୍ସାକୁ ମଂଜୁରି ଦେଇପାରିବେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ।

Advertisment

୨୫ ଏକରରୁ ଅଧିକ ହେଲେ ବୋର୍ଡର ଅନୁମୋଦନ ଜରୁରୀ। ଆଜିର ବୈଠକରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ କମିଶନର ଏମପି ଅଗ୍ରୱାଲ, ଉପାଧ୍ୟକ୍ଷ ଡାକ୍ତର ନୀରଜ ଶୁକ୍ଳା, ବୋର୍ଡର ସଦସ୍ୟ ଜିଲ୍ଲାପାଳ ଅନୁଜ ଝା ଏବଂ ବୋର୍ଡର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ବିସ୍ତୃତ ଆଲୋଚନା ପରେ ରାମ ମନ୍ଦିର ନକ୍ସାକୁ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମଂଜୁରୀ ମିଳିଛି। ନକ୍ସାକୁ ମଞ୍ଜୁରୀ ମିଳିଥିବାରୁ ଏବେ ମନ୍ଦିର କାମ ଶୀଘ୍ର ଆରମ୍ଭ ହୋଇପାରେ।

ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବାକୁଥିବା ପଥରକୁ ନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି। କୁହାଯାଉଛି ଯେ ତମ୍ବାଫଳକ ସହଯୋଗରେ ସବୁ ପଥରକୁ ଯୋଡ଼ାଯିବ। ସେହିପରି ମନ୍ଦିରର ନିର୍ମାଣରେ ପ୍ରାୟ ୧୦ହଜାର ତମ୍ବା ରଡର ବ୍ୟବହାର କରାଯିବା ନେଇ ଟ୍ରଷ୍ଟର ମହାସଚିବ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି)ର ନେତା ଚମ୍ପତ ରାୟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ