Advertisment

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣସ୍ଥଳୀରେ ପଶିଲା କରୋନା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ରୀତିନୀତିରେ ସାମିଲ ଥିବା ଜଣେ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ଭୂମିପୂଜା ସ୍ଥଳରେ ମୁତୟନ ଥିବା ୧୬ ଜଣ ପୋଲିସ କର୍ମୀଙ୍କଠାରେ ମଧ୍ୟ କରୋନା ଭୂତାଣୁ ପରିଲକ୍ଷିତ ହୋଇଛି। ଆଣ୍ଟିଜେନ୍ କିଟ୍‌ରେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା। ତେବେ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ଏହା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ନମୁନା ନିଆଯାଉଛି। ସହକାରୀ ମୁଖ୍ୟ ପୁରୋହିତ […]

ଅଦ୍ୟତନ ହୋଇଛି
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣସ୍ଥଳୀରେ ପଶିଲା କରୋନା

ram-mandir

Advertisment

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ରୀତିନୀତିରେ ସାମିଲ ଥିବା ଜଣେ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ଭୂମିପୂଜା ସ୍ଥଳରେ ମୁତୟନ ଥିବା ୧୬ ଜଣ ପୋଲିସ କର୍ମୀଙ୍କଠାରେ ମଧ୍ୟ କରୋନା ଭୂତାଣୁ ପରିଲକ୍ଷିତ ହୋଇଛି। ଆଣ୍ଟିଜେନ୍ କିଟ୍‌ରେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା। ତେବେ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ଏହା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ନମୁନା ନିଆଯାଉଛି।

Advertisment

ସହକାରୀ ମୁଖ୍ୟ ପୁରୋହିତ କରୋନା ଆକ୍ରାନ୍ତ ହୋଇଥିବା ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କର ନମୁନା ନିଆଯାଇଥିଲା। ଏହାସହ ସୁରକ୍ଷାରେ ମୁତୟନ ଥିବା ପୋଲିସକର୍ମୀଙ୍କର ମଧ୍ୟ ପରୀକ୍ଷଣ କରାଯାଇଥିଲା। ତେବେ ଗୁରୁବାର ଏମାନଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ସହାୟକ ପୂଜାରୀ ରାମଲୀଲା ମନ୍ଦିରର ପ୍ରଧାନ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ଶିଷ୍ୟ। ପୂଜାରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୫ ତାରିଖରେ ମନ୍ଦିର ନିର୍ମାଣ ଲାଗି ଶିଳାନ୍ୟାସ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୦ ଜଣ ଭିଆଇପି ଯୋଗଦାନ କରିବେ। ତେବେ ଭୂମିପୂଜାବେଳେ ମନ୍ଦିର କଂପ୍ଲେକ୍ସରେ ୨୦୦ ଲୋକ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ