modi
ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି।
/odishatv-khabar/media/post_attachments/aajtak/images/Photo_gallery/092019/temple3_080520122024.jpg)
ହନୁମାନଗଡ଼ି ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗାଦ୍ଧିଶିନ ପ୍ରେମଦାସ ମହାରାଜ ମୋଦିଙ୍କୁ ପଗଡ଼ି, ରୂପା ମୁକୁଟ ଓ ପାରମ୍ପରିକ ଷ୍ଟଲ ପିନ୍ଧେଇଥିଲେ। ଏହି ସମୟରେ ପିଏମ୍ ମାସ୍କ ଓ ସାମାଜିକ ଦୂରତାକୁ ମଧ୍ୟ ମାନିଥିଲେ। ମୋଦି ହନୁମାନଙ୍କ ମୂର୍ତ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/pujan6_080520124624.jpg)
/odishatv-khabar/media/post_attachments/aajtak/images/Photo_gallery/092019/temple4_080520122024.jpg)
ଅଯୋଧ୍ୟାର ମଧ୍ୟଭାଗରେ ହନୁମାନଙ୍କର ଏକ ବିଶାଳ ମନ୍ଦିର ରହିଛି। ବିଶ୍ୱାସ ରହିଛି ଯେ ଅଯୋଧ୍ୟାରେ ସର୍ବପ୍ରଥମେ ହନୁମାନଗଡ଼ିରେ ଥିବା ବଜରଙ୍ଗବାଲିଙ୍କୁ ଦର୍ଶନ କରି ସାରିବା ପରେ ଅନ୍ୟ ମନ୍ଦିରକୁ ଦର୍ଶନ କଲେ ସମସ୍ତ କାର୍ଯ୍ୟ ମଙ୍ଗଳ ହୋଇଥାଏ। ଅର୍ଥାତ୍ ହନୁମାନଙ୍କ ଅନୁଗ୍ରହ ବିନା ରାମଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇନଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/pujan5_080520124607.jpg)
/odishatv-khabar/media/post_attachments/aajtak/images/Photo_gallery/092019/temple5_080520122024.jpg)
ହନୁମାନଗଡ଼ି ପରିଦର୍ଶନ କରିବା ପରେ ପିଏମ୍ ଭୂମି ପୂଜନ କରିବା ପାଇଁ ସେଠାରେ ପହଁଞ୍ଚିଛନ୍ତି। ମୋଦି ରାମଲଲାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି। ପିଏମ୍ ମନ୍ଦିର ପରିସରରେ ପାରିଜାତ ବୃକ୍ଷରୋପଣ ମଧ୍ୟ କରିଛନ୍ତି।
/odishatv-khabar/media/post_attachments/aajtak/images/Photo_gallery/092019/temple6_080520122024.jpg)
ରାମଲଲାଙ୍କ ଦର୍ଶନ ପରେ ପିଏମ୍ ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ କରି ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/temple10_080520122024.jpg)
ଭୂମି ପୂଜନ ପାଇଁ ଶୁଭ ସମୟ ୧୨.୪୪.0୮ ମିନିଟ୍ ଥିଲା।
ପୂଜା ସମୟରେ ୯ଟି ଶିଳାକୁ ପୂଜା କରାଯାଇଥିଲା। ଏହା ଛଡ଼ା ରାମଙ୍କ କୁଳଦେବୀ ମାତା କାଳୀଙ୍କୁ ମଧ୍ୟ ପୂଜା କରାଯାଇଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/rampujan1_080520124607.jpg)
ସେଠାର ପୂଜାପାଠ କରୁଥିବା ସାଧୁ କହିଛନ୍ତି ଯେ ଶ୍ରୀ ରାମଙ୍କ ନାମ ଲେଖାଯାଇଥିବା ଶିଳାଗୁଡ଼ିକୁ ଦେଶ ତଥା ଦେଶର ବିଭିନ୍ନ ସ୍ଥାନରୁ ଅଣାଯାଇଛି। ପୂଜା ସମୟରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/pujan3_080520124607.jpg)
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଅଯୋଧ୍ୟାରେ ଭୂମି ପୂଜନ କରିବା ସହିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଭକ୍ତମାନେ ଆଶା ରଖିଛନ୍ତି।
/odishatv-khabar/media/post_attachments/aajtak/images/Photo_gallery/092019/pujan4_080520124607.jpg)
୨୦୧୪ ପୂର୍ବରୁ ଅଯୋଧ୍ୟାରେ ଏକ ନୂଆ ରାମ ମନ୍ଦିର ପ୍ରସ୍ତୁତ ହେବ ବୋଲି ମନ୍ଦିରର ଟ୍ରଷ୍ଟ ଅନୁମାନ କରିଛନ୍ତି।
/odishatv-khabar/media/post_attachments/aajtak/images/Photo_gallery/092019/pujan2_080520124607.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-1_1625471388.jpg)