dance-in-covid-care
ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯ ଲକ୍ଷଣ ନଥିବା ଥିବା କିଛି ରୋଗୀ ଖୁବ୍ ଡାନ୍ସ କରି ଏହି କରୋନା ବିରୋଧରେ ସଚେତନ କରାଇଛନ୍ତି। ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତା ପାଳନ କରି ପରସ୍ପର ପରସ୍ପରଠାରୁ ଦୂରରେ ଥିବା ନଜର ଆସିଛି। ରବିବାର ଶୁଟ୍ କରାଯାଇଥିବା ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
କର୍ଣ୍ଣାଟକର ବେଲାରୀ ଜିଲ୍ଲାରେ ଥିବା ସରକାରୀ ଡେଣ୍ଟାଲ୍ କଲେଜରେ ଏହିସବୁ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ କରୋନାର ଲକ୍ଷଣ ନଥିବା ରୋଗୀଙ୍କ ପାଇଁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, କୋଭିଡ୍-୧୯ କେୟାର ସେଣ୍ଟରରେ ଯେଉଁ କରୋନାଭାଇରସ୍ ରୋଗୀମାନେ ଆଞ୍ଚଳିତ ଓ ବଲିଉଡ୍ ମ୍ୟୁଜିକରେ ଏକ ଫ୍ଲାସ୍ ମବ୍ ପ୍ରଦର୍ଶିତ କରିଥିଲେ।
https://twitter.com/ANI/status/1285084565879439362?s=20
ରୋଗୀମାନେ ଡାନ୍ସ କରୁଥିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିଥିଲେ। ଏହି ଭିଡିଓ ସୋମବାର ସକାଳେ ଶେଆର୍ ହେବା ପରେ ୬୬ହଜାରରୁ ଅଧିକ ଲୋକେ ଏହାକୁ ଦେଖିସାରିଥିବା ବେଳେ ୪ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିସାରିଛି।
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୬୩,୭୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୯,୩୭୬ ଜଣ ସକ୍ରିୟ ଥିବା ବେଳେ ୨୩,୦୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ତେବେ ରାଜ୍ୟରେ ୧୩୩୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dance-in-covid-care_1625541154.jpg)