Advertisment

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନକୁ ବଡ଼ ଝଟକା ଲାଗିଛି। ବ୍ରିଟେନର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଆଷ୍ଟ୍ରାଜେନେକା ତା’ର ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲକୁ ବନ୍ଦ କରାଯାଇଛି। କିନ୍ତୁ ଭାରତରେ ଏହି ଭ୍ୟାକସିନର ଟ୍ରାଏଲ୍ ବନ୍ଦ ହେବନି ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି। ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ ସେଠାକାର ପରିସ୍ଥିତି ସଂପର୍କରେ ଆମେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଟ୍ରାଏଲ ବନ୍ଦ କରି ଏହାର ସମୀକ୍ଷା କରାଯାଉଥିବା ଆଷ୍ଟ୍ରାଜେନେକା […]

ଅଦ୍ୟତନ ହୋଇଛି
ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭ୍ୟାକସିନର ଟ୍ରାଏଲ୍

vac

Advertisment

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନକୁ ବଡ଼ ଝଟକା ଲାଗିଛି। ବ୍ରିଟେନର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଆଷ୍ଟ୍ରାଜେନେକା ତା'ର ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲକୁ ବନ୍ଦ କରାଯାଇଛି। କିନ୍ତୁ ଭାରତରେ ଏହି ଭ୍ୟାକସିନର ଟ୍ରାଏଲ୍ ବନ୍ଦ ହେବନି ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି।

Advertisment

ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ ସେଠାକାର ପରିସ୍ଥିତି ସଂପର୍କରେ ଆମେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଟ୍ରାଏଲ ବନ୍ଦ କରି ଏହାର ସମୀକ୍ଷା କରାଯାଉଥିବା ଆଷ୍ଟ୍ରାଜେନେକା କହୁଛି। ଏହା ପୁଣିଥରେ ଖୁବ୍ ଶୀଘ୍ର ଟ୍ରାଏଲ ହେବ ବୋଲି କୁହାଯାଇଛି। ଭାରତରେ କିନ୍ତୁ କିଛି ସମସ୍ୟା ହୋଇ ନାହିଁ ଏବଂ କରୋନା ଟିକାର ଟ୍ରାଏଲ ଜାରି ରହିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ତରଫରୁ କୁହାଯାଇଛି।

ୟୁକେରେ ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ଯାହା ପରେ ଉକ୍ତ ବ୍ୟକ୍ତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ବ୍ୟକ୍ତି ଜଣକ ଗୁରୁତର ହେବା ଦେଖି ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତ ନିଆଯାଇଛି। ତର୍ଜମା କରିବାକୁ ବର୍ତ୍ତମାନ ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଛି। ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଆମେରିକା, ବ୍ରିଟେନ ଓ ଭାରତରେ ଏହି ଟିକା ପ୍ରସ୍ତୁତ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ