pm modi
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍ପାଚ୍ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power ପକ୍ଷରୁ କୁହାଯାଇଛି ।
ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏପରି କରିବା ଦ୍ୱାରା ଆଲୋକର ମହାଶକ୍ତିକୁ ଅନୁଭବ ହେବ ଯେ, କରୋନା ବିରୋଧରେ ଆମେ ସମସ୍ତେ ଏକ ହୋଇ ଲଢୁଛେ।
ହେଲେ ଏହି ୯ ମିନିଟ୍ ଲାଇଟ୍ ଅଫ କଲେ ଏହାର ପ୍ରଭାବ ବିଦ୍ୟୁତ ଗ୍ରୀଡ ଉପରେ ପଡିବ ଏବଂ ଫ୍ୟୁଜ ଆଶଙ୍କା ମଧ୍ୟ ରହିଥିବା ପ୍ରଚାର ହେଉଛି। ହେଲେ ପାୱାରର ମିନିଷ୍ଟ୍ରିର ଜଣେ ମୁଖପାତ୍ର ଶୁକ୍ରବାର କହିଛନ୍ତି, ଗ୍ରୀଡର ସ୍ଥିରତା ଉପରେ ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ । ସେଥିପାଇଁ ଗ୍ରୀଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏପରିକି ଷ୍ଟ୍ରିଟଲାଇଟ୍, କମ୍ପ୍ୟୁଟର, ଫ୍ୟାନ୍, ଫ୍ରିଜ, ଟେଲିଭିଜନ ଚଲାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କ ଆହ୍ୱାନରେ ମନା କରିନାହାନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଏପରିକି ନ୍ୟୁକ୍ଲିଅର ପାୱାର କର୍ପୋରେଶନ ଅଫ ଇଣ୍ଡିଆ ଲିମିଟେଡ (NPCIL)ର ବରିଷ୍ଠ ଅଧିକାରୀମାନେ ଏହି ସମୟରେ ଘରର ସମସ୍ତ ଫ୍ୟାନ ସ୍ୱିଚ୍ ଅନ୍ ରଖିବାକୁ ଦେଶର ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ଗ୍ରୀଡରେ ସ୍ଥିରତା ଆଣିବା ପାଇଁ ଏହା ଜରୁରୀ ବୋଲି ସେ କହିଛନ୍ତି ।
NPCILର ଆସୋସିଏଟ ଡାଇରେକ୍ଟର MK Mathur ଏକ ବାର୍ତ୍ତାରେ ମୁଖ୍ୟ ଗ୍ରୀଡର ସ୍ଥିରତା ପାଇଁ ଏହି ସମୟରେ ଘରର ସମସ୍ତ ଫ୍ୟାନ ୧୫ ମିନିଟ ପାଇଁ ଅର୍ଥାତ୍ ଏପ୍ରିଲ ୫ ତାରିଖ ୮.୫୫ ମିନିଟରୁ ୯.୧୦ ମିନିଟ୍ ପର୍ଯ୍ୟନ୍ତ ଅନ୍ ରଖିବାକୁ ଅନୁରୋଧ କରିଛନ୍ତି।
ଇଞ୍ଜିନିୟରମାନେ ମଧ୍ୟ ଗ୍ରୀଡ ଏଷ୍ଟାବିଲିଟି ପାଇଁ ଇଲେକ୍ଟ୍ରିକାଲ ଉପକରଣ ଯେମିତି ଫ୍ରିଜ, ଏସି ଅନ୍ ରଖିବାକୁ ପରାମର୍ଶ ଦେଇଛନ୍ତି ।
କେତେକ ଇଞ୍ଜିନିୟର କହିଛନ୍ତି, ସମସ୍ତ ଇଣ୍ଡଷ୍ଟ୍ରି ଏବଂ ବ୍ୟବସାୟିକ ଲୋଡ ସହିତ ଗ୍ରୀଡ ଉପରେ ଘରୋଇ ଏବଂ ଆବଶ୍ୟକୀୟ ସେବାର ଲୋଡ ମଧ୍ୟ ରହିଛି । ତେବେ ବର୍ତ୍ତମାନର ବିଜୁଳି ଲୋଡ ୪୦ ପ୍ରତିଶତରୁ କମ୍ ରହିଛି । ଯଦି ଘରର ଫ୍ରିଜ୍, ଏସି ଚାଲୁ ରୁହେ ତେବେ ଗ୍ରୀଡ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଯଦି ଘରର ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବନ୍ଦ ରୁହେ ତେବେ ହଠାତ୍ ସବୁ ଲାଇଟ୍ ସୁଇଚ୍ ଅଫ ହୋଇଗଲେ ଗ୍ରୀଡ କୋଲାପ୍ସ ହୋଇପାରେ । ଏପରି ହେଲେ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ସେବା ବ୍ୟାହତ ହେବ।
ଜଣେ ଗ୍ରୀଡ ଅଧିକାରୀ କହିଛନ୍ତି, ଏହି ବ୍ଲାକ ଆଉଟ ସମୟରେ ପାୱାର ଫଲ୍ ୧୦ ଗିଗାବାଇଟରୁ ୧୨ ଗିଗାବାଇଟ ମଧ୍ୟରେ ରହିବ । ଯାହାକି ଗ୍ରୀଡ୍ ଷ୍ଟାବିଲିଟିରେ କୌଣସି ପ୍ରଭାବ ପକାଇବ ନାହିଁ । ଅଧିକାରୀ ଜଣକ ଆହୁରି କହିଛନ୍ତି, ଏପରି ବ୍ଲାକ୍ ଆଉଟ୍ ଦେଶରେ ପ୍ରଥମ ଥର ପାଇଁ ହେଉନାହିଁ । ପୂର୍ବରୁ ମଧ୍ୟ ଏପରି ହୋଇଛି। ଯାହା ବି ହେଉ, ଭାରତର ଟ୍ରାନ୍ସମିଶନ ନେଟ୍ୱର୍କର ଏପରି ପାୱାର ଫ୍ଲକ୍ଚ୍ୟୁଏସନକୁ ସମ୍ଭାଳି ପାରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm-modi-2_1626072162.jpg)