Advertisment

କଙ୍ଗନାଙ୍କୁ ସମର୍ଥନ କଲେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଲାଖୋଲି ନିଜର ମତ ଉପସ୍ଥାପନା କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମର୍ଥନ କରିଛନ୍ତି। ଅଙ୍କିତା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ କଙ୍ଗନା ଝାନସୀର ରାଣୀ ଲୁକରେ ନଜର ଆସୁଛନ୍ତି। ଏହି ଫଟୋ ଶେଆର୍ କରି ଅଙ୍କିତା ଲେଖିଛନ୍ତି, ‘ବ୍ରେଭ୍ ହାର୍ଟ, ଆପଣଙ୍କୁ ଆହୁରି ଶକ୍ତି ଓ ଭଲପାଇବା ମିଳୁ।’   View this post on […]

କଙ୍ଗନାଙ୍କୁ ସମର୍ଥନ କଲେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା

kangna11

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଲାଖୋଲି ନିଜର ମତ ଉପସ୍ଥାପନା କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମର୍ଥନ କରିଛନ୍ତି। ଅଙ୍କିତା କଙ୍ଗନାଙ୍କ ଫିଲ୍ମ 'ମଣିକର୍ଣ୍ଣିକା'ର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ କଙ୍ଗନା ଝାନସୀର ରାଣୀ ଲୁକରେ ନଜର ଆସୁଛନ୍ତି। ଏହି ଫଟୋ ଶେଆର୍ କରି ଅଙ୍କିତା ଲେଖିଛନ୍ତି, 'ବ୍ରେଭ୍ ହାର୍ଟ, ଆପଣଙ୍କୁ ଆହୁରି ଶକ୍ତି ଓ ଭଲପାଇବା ମିଳୁ।'

Advertisment
View this post on Instagram

BRAVEHEART ❤️ Exorbitant love & More Power to you 💪🏻 @kanganaranaut

A post shared by Ankita Lokhande (@lokhandeankita) on

କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଙ୍କର ଅଫିସରେ ବିଏମସି ଭଙ୍ଗାରୁଜା କରିଥିଲା। କିନ୍ତୁ କଙ୍ଗନା ଏହାକୁ ଦୃଢ଼ତାର ସହ ସାମ୍ନା କରିଥିଲେ। ବର୍ତ୍ତମାନ କଙ୍ଗନାଙ୍କୁ ବମ୍ବେ ହାଇକୋର୍ଟ ପକ୍ଷରୁ ସ୍ଥଗିତାଦେଶ ମିଳିସାରିଛି, କିନ୍ତୁ ସେତେବେଳକୁ ବିଏମସି ତାଙ୍କର ଘରର ଏକ ବଡ଼ ଅଂଶକୁ ଭାଙ୍ଗିସାରିଥିଲା। କଙ୍ଗନା ଘରେ ପହଞ୍ଚିବା ମାତ୍ରକେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯାହା ପରେ ଅଙ୍କିତା ତାଙ୍କୁ ସମର୍ଥନ କରିଥିଲେ।

Advertisment

https://twitter.com/RajputAditi_/status/1303589061605482496?s=20

ଅଙ୍କିତାଙ୍କ ବ୍ୟତୀତ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ମଧ୍ୟ କଙ୍ଗନାକୁ ସମର୍ଥନ କରିଛନ୍ତି। ଶ୍ୱେତା କହିଛନ୍ତି, ଆଜି ମୁଁ କଙ୍ଗନାଙ୍କ ସହ ଅଛି। ସେ କେବଳ ନିଜ ପାଇଁ ଏକ ସାମ୍ରାଜ୍ୟ ନିର୍ମାଣ କରୁନାହାନ୍ତି ବରଂ ଅନେକ ମହିଳାଙ୍କ ପାଇଁ ଆଶା ଜାଗ୍ରତ କରୁଛନ୍ତି। ଯଦି ସେ ଏଭଳି କରିପାରନ୍ତି, ତାହେଲେ ଆପଣମାନେ ଏବଂ ଆମେ ମଧ୍ୟ ଏହା କରିପାରିବୁ। ଏହା ମହିଳାଙ୍କ ସମ୍ମାନ ଓ ଆତ୍ମସମ୍ମାନକୁ ଚୁର୍ଣ୍ଣ କରିବା ସହ ସମାନ।

https://twitter.com/AnupamPKher/status/1303648892446109697?s=20

ସେହିପରି ଅଭିନେତା ଅନୁପମ ଖେର ଟୁଇଟ୍ କରି ଲେଖିଛନ୍ତି, ଭୁଲ୍‌, ଭୁଲ୍‌, ଭୁଲ୍। ଏହାକୁ bulldozer ନୁହେଁ, Bullydozer କହନ୍ତି। କାହାର ଘରକୁ ଏମିତି ନିଷ୍ଠୁର ଭାବେ ଭାଙ୍ଗିବା ସମ୍ପୂର୍ଣ୍ଣ ଭୁଲ୍। ଏହାର ସବୁଠାରୁ ବଡ଼ ପ୍ରହାର କଙ୍ଗନା କିମ୍ବା ତାଙ୍କ ଘରେ ଉପରେ ନୁହେଁ ବରଂ ମୁମ୍ବାଇବାସୀଙ୍କ ଉପରେ ପଡ଼ିଛି। ଅବଶୋଷ, ଅବଶୋଷ, ଅବଶୋଷ। କଙ୍ଗନାଙ୍କ ଅଫିସରେ ହୋଇଥିବା ଭଙ୍ଗାରୁଜାକୁ ନେଇ ଅନୁପମ ଖେରଙ୍କ ବ୍ୟତୀତ କିଛି ବଲିଉଡ୍ ସେଲିବ୍ରିଟି ମଧ୍ୟ ଖୋଲାଖୋଲି ବିରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ