corona
ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶରେ ଜାରି ରହିଥିବା ଯୁଦ୍ଧରେ ଏବେ ଏକ ନୂଆ ଅସ୍ତ୍ର ସାମିଲ ହୋଇଛି । ଭାଇରସକୁ ମାତ୍ ଦେବାକୁ ଭାରତରେ ମନୋକ୍ଲୋନାଲ ଆଣ୍ଟିବଡି ଅର୍ଥାତ କକଟେଲ ଡ୍ରଗ୍ସର ବ୍ୟବହାର ଆରମ୍ଭ ହୋଇଯାଇଛି । ଆଜି ଠାରୁ ଜାତୀୟ ରାଜଧାନୀରେ ଏହି ଔଷଧ ବ୍ୟବହାର ଆରମ୍ଭ ହୋଇଛି । ସ୍ୱିଜରଲାଣ୍ଡର ଡ୍ରଗ୍ସ କମ୍ପାନୀ ରୋଷୋ ଓ ସିପଲା ମିଳିତ ଭାବେ ଏହାକୁ ଭାରତରେ ଲଂଚ କରିଛନ୍ତି । ଏହି ମନୋକ୍ଲୋନାଲ ଆଣ୍ଟିବଡି କକଟେଲକୁ ନେଇ ଦାବି କରାଯାଉଛି, ଯଦି କୌଣସି କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ତେବେ ୭୦ ପ୍ରତିଶତ ପ୍ରଭାବ ପକାଇଥାଏ । ଏହି ଔଷକ୍ଷ ସେବନ ଦ୍ୱାରା ହସ୍ପିଟାଲରେ ଆଡମିଟ୍ ହେବାର ସମ୍ଭାବନା ଅନେକାଂଶରେ କମିଯାଏ ।
କିପରି କାମ କରେ କକଟେଲ ?
ଦୁଇଟି ଔଷଧର ମିଶ୍ରରେ ପ୍ରସ୍ତୁତ ହୋଇଛି ଆଣ୍ଟିବଡି କକଟେଲ୍ । ଏଥିରେ Casirivimab ଓ Imdevimab ଔଷଧ ସାମିଲ ଅଛନ୍ତି । ଏହି ଦୁଇ ଔଷଧକୁ ୬୦୦-୬୦୦ ଏମଜି ମିଳାଇବା ପରେ ଆଣ୍ଟିବଡି କକଟେଲ୍ ଔଷଧ ପ୍ରସ୍ତୁତ କରାଯାଏ । କରୋନା ସହ ଲଢ଼ିବା ପାଇଁ ଏହି ଔଷଧ ଶକ୍ତି ବଢ଼ାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହି ଔଷଧ କରୋନା ଭାଇରସକୁ ମାନବ କୋଷକୁ ପ୍ରବେଶ କରିବାରେ ବାଧା ଦେଇଥାଏ । ଯଦ୍ୱାରା ଭାଇରସକୁ ନ୍ୟୁଟ୍ରିସନ୍ ମିଳେନାହିଁ, ଆଉ ଏହି ପ୍ରକାରେ ଭାଇରସ ରେପ୍ଲିକେସନକୁ ରୋକିଥାଏ କକଟେଲ ଡ୍ରଗ୍ସ । କରୋନା ସଂକ୍ରମିତ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଯାଇଥାଏ । ସୂଚନା ଅନୁସାରେ ଏହି ଔଷଧ ଦେବାପାଇଁ ୨୦ରୁ ୩୦ ମିନିଟ୍ ସମୟ ଲାଗିଥାଏ । ଔଷଧ ଦେବା ପରେ ରୋଗୀଙ୍କୁ କିଛି ସମୟ ନଜରରେ ରଖାଯାଇଥାଏ ।
ଭାରତରେ କିପରି ମିଳିବ କକଟେଲ ଔଷଧ ?
ସିପଲା କମ୍ପାନୀକୁ ଏହି ଔଷଧ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦେଶର କିଛି ସହରେ ଏବେ ଉପଲବ୍ଧ ହେଉଛି କକଟେଲ ଔଷଧ । ଉପଯୋଗ ବଢ଼ିବା ପରେ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ସିପଲା ବ୍ୟତୀତ ଜାଇଡସ୍ କମ୍ପାନୀ ଏହି ଔଷକ୍ଷର କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ମାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-8_1622123113.jpg)