Advertisment

ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି ଦେଶର ପ୍ରଥମ କେବୁଲ୍ ବ୍ରିଜ୍

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। Connecting India 🌉: Magnificent Anji Khad Bridge, India's 1st […]

ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି ଦେଶର ପ୍ରଥମ କେବୁଲ୍ ବ୍ରିଜ୍

ir

Advertisment

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି।

Advertisment

https://twitter.com/PiyushGoyal/status/1282968463460364288?s=20

ରେଳ ମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ରେଳ ନିର୍ମାଣଧୀନ ବ୍ରିଜର ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ କଠିନ ଭୌଗୋଳିକ ପରିସ୍ଥିତିରେ ନିର୍ମାଣାଧୀନ ଏହି ରେଳ ବ୍ରିଜ୍ ଇଞ୍ଜିନିୟରଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜିଂ। ଅଞ୍ଜି ବ୍ରିଜ୍ ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିବା କର୍ମଚାରୀ ଓ ଇଞ୍ଜିନିୟରଙ୍କ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। ରେଲୱେର କହିବା ଅନୁଯାୟୀ, ଦେଶର ପ୍ରଥମ ରେଳ ବ୍ରିଜ୍ ୪୭୩.୨୫ ମିଟର୍ ଲମ୍ବା ବିଶିଷ୍ଟ ହେବ, ଯାହା କଟରାରୁ ରିୟାସି ପର୍ଯ୍ୟନ୍ତ ଯୋଗାଯୋଗ କରିବ। ଏହି ବ୍ରିଜକୁ ୯୬ କେବୁଲର ସପୋର୍ଟରେ ନିର୍ମାଣ କରାଯାଉଛି।

publive-imageଯେଉଁ ସ୍ଥାନରେ ଅଞ୍ଜି ବ୍ରିଜ୍ ନିର୍ମାଣ ହେଉଛି, ସେହି ସ୍ଥାନର ଭୂତତ୍ତ୍ୱ ବହୁତ ଜଟିଳ। ଅତ୍ୟଧିକ ଭଙ୍ଗା ଥିବା ଓ ବଡ଼ ବଡ଼ ପଥରର ମିଶ୍ରଣ ମଧ୍ୟରେ ଏହି ବ୍ରିଜର ନିର୍ମାଣକର୍ଯ୍ୟ ଜାରି ରହିଛି। କେବୁଲରେ ନିର୍ମିତ ଏହି ବ୍ରିଜ୍ ପାଇଁ ଏକ ଉଚ୍ଚ ଖମ୍ବ ତିଆରି କରାଯାଉଛି, ଯାହାର ଉଭୟ ପାଶ୍ୱର୍ରେ କେବୁଲ୍ ବନ୍ଧାଯିବ। ବ୍ରିଜର ନିର୍ମାଣ କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଉପକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଜମ୍ପ ଶଟ୍ଟରିଙ୍ଗର ବ୍ୟବହାର ମଧ୍ୟ ସାମିଲ୍‌ ଅଛି।

Advertisment

publive-imageଏହି ବ୍ରିଜର ନିର୍ମାଣ ଦାୟିତ୍ୱ କୋଙ୍କଣ ରେଲୱେ କର୍ପୋରେସନକୁ ଦିଆଯାଇଛି। ବ୍ରିଜର ନିର୍ମାଣ ପାଇ ଯେଉଁ କ୍ରେନ୍ ବ୍ୟବହାର କରାଯାଉଛି, ତାହା ୨୫ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଭାର ଉଠାଇବାକୁ ସକ୍ଷମ। ତେଣୁ ଏହି ବ୍ରିଜର ନିର୍ମାଣ ଖୁବ୍ ଶୀଘ୍ର ଶେଷ ହେବା ନେଇ ରେଲୱେ ଆଶାବାଦୀ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ