Advertisment

କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର

ବେଙ୍ଗାଲୁର : କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର। ଘଟଣାଟି ବେଙ୍ଗାଲୁରର। ସହରର ଜଣେ ଡଗ୍ ବ୍ରିଡର, ତାଙ୍କ ହଜିଯାଇଥିବା କୁକୁର ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ ମାଲାମ୍ୟୁଟେ ପ୍ରଜାତିର। ଚୀନ୍‌ରୁ ଆସିଥିବା ଏହି ମାଇ କୁକୁରକୁ ଡଗ୍ ବ୍ରିଡର ଜଣଙ୍କ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ସର୍ତ୍ତଥିଲା କୁକୁରଟି ଯେତେଥର ଜନ୍ମ କରିବ, ମହିଳାଜଣଙ୍କ ପ୍ରତିଥର ତା ଛୁଆରୁ ଗୋଟିଏ ଲେଖାଏଁ ଡଗ୍ ବ୍ରିଡରଙ୍କୁ ଦେବେ। ହେଲେ ୧୫ […]

କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର

dog

Advertisment

ବେଙ୍ଗାଲୁର : କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର। ଘଟଣାଟି ବେଙ୍ଗାଲୁରର। ସହରର ଜଣେ ଡଗ୍ ବ୍ରିଡର, ତାଙ୍କ ହଜିଯାଇଥିବା କୁକୁର ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ ମାଲାମ୍ୟୁଟେ ପ୍ରଜାତିର।

Advertisment

ଚୀନ୍‌ରୁ ଆସିଥିବା ଏହି ମାଇ କୁକୁରକୁ ଡଗ୍ ବ୍ରିଡର ଜଣଙ୍କ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ସର୍ତ୍ତଥିଲା କୁକୁରଟି ଯେତେଥର ଜନ୍ମ କରିବ, ମହିଳାଜଣଙ୍କ ପ୍ରତିଥର ତା ଛୁଆରୁ ଗୋଟିଏ ଲେଖାଏଁ ଡଗ୍ ବ୍ରିଡରଙ୍କୁ ଦେବେ। ହେଲେ ୧୫ ଦିନ ତଳୁ କୁକୁରଟି କୁଆଡ଼େ ହଜିଯାଇଥିବା ଜାଣି ଡଗ୍ ବ୍ରିଡର ଜଣକ ହନୁମନ୍ତନଗର ପୁଲିସ୍ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି।

ଆଲାସ୍କାନ ମାଲାମ୍ୟୁଟେ ପ୍ରଜାତି କୁକୁର ଛୁଆର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ। ତେଣୁ ହୁଏତ କେହି ଏହାକୁ ଚୋରି କରିଥାଇ ପାରେ ବୋଲି ମଧ୍ୟ ସେ ସନ୍ଦେହ କରୁଛନ୍ତି । ହେଲେ କୁକୁର ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ