Advertisment

ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]

ଅଦ୍ୟତନ ହୋଇଛି
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

photo susanta

Advertisment

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ ପୋଷ୍ଟକୁ ଶେୟାର କରିଛନ୍ତି।

Advertisment

ଏହି ଫଟୋରେ ଚାରି ଭଉଣୀ ସାନଭାଇ ସୁଶାନ୍ତଙ୍କୁ ପ୍ରେମରେ ରାକ୍ଷୀ ବାନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଶେୟାର କରି ଶ୍ୱେତା ସିଂ କୀର୍ତ୍ତି କହିଛନ୍ତି ଯେ ‘ବହୁତ ଭଲ ପାଉଛୁ ଆମେ ତମକୁ ଭାଇ। ଜୀବନ ସାରା ଏମିତି ଭଲ ପାଇବୁ।’ ସବୁଠାରୁ ଖାସ୍‌ କଥା ହେଉଛି ଏହି ପୋଷ୍ଟରେ ସୁଶାନ୍ତଙ୍କ ଏକ୍ସ ଗର୍ଲପ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି।

Advertisment

ଶ୍ୱେତା ସିଂ କୀର୍ତ୍ତି ଶେୟାର କରିଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ସୁଶାନ୍ତଙ୍କୁ ଏକ ଚୌୟାରରେ ମଝିରେ ବସେଇଛନ୍ତି। ତାଙ୍କ ଚାରି ପାଖରେ ଚାରି ଭଉଣୀ ତାଙ୍କୁ ରାକ୍ଷୀ ବାନ୍ଧୁଛନ୍ତି। ଏହାକୁ ଶେୟାର କରି ଲେଖିଛନ୍ତି‘ ହାପି ରାକ୍ଷୀ ପୂର୍ଣ୍ଣିମା ମେରା ପ୍ୟାରା ବେବି, ବହୁତ ଭଲ ପାଉଛି ମୋ ଜୀବନ ଧନ। ଆଉ ସର୍ବଦା ଏମିତି ଭଲ ପାଉଥିବୁ। ତମେ ସମସ୍ତଙ୍କ ପାଇଁ ଗର୍ବ ଥିଲ, ଆଉ ସବୁବେଳେ ରହିବ। ଏହି ପୋଷ୍ଟରେ ଅଙ୍କିତା ଲୋଖଣ୍ଡେ ରି-ଟ୍ୱିଟ୍‌ କରି କହିଛନ୍ତି ‘ଦି…’। ଏହା ସହିତ ଦିଲ୍‌ର ଏକ ଇମେଜ୍‌ ମଧ୍ୟ ଶେୟାର କରିଛନ୍ତି। ଶ୍ୱେତା ସିଂ କୀର୍ତ୍ତିଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ନିଜର ମତାମତ ଦେଉଛନ୍ତି।

57sr54q

ଶ୍ୱେତା ସିଂ କୀର୍ତ୍ତି ତାଙ୍କ ଭାଇଙ୍କୁ ମନା ପକାଇବା ପାଇଁ ଅନେକ ସମୟରେ ସୁଶାନ୍ତଙ୍କ ଫଟୋକୁ ଶେୟାର କରିଥାନ୍ତି। ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆରୁ ବିଦାୟ ନେଇଛନ୍ତି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଘରେ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ସହଜରେ କେହି ଗ୍ରହଣ କରିପାରି ନଥିଲେ। ତାଙ୍କର ନିଆରା ଅନ୍ଦାଜ ପାଇଁ ସେ ସମସ୍ତଙ୍କ ଦୃଦୟରେ ରାଜ କରୁଥିଲେ। ନିକଟରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ରିଲିଜ ହୋଇଛି। ଫିଲ୍ମରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ଅଭିନେତ୍ରୀ ଭାବେ ସଞ୍ଜନା ସାଙ୍ଗୀ ନଜର ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ