Advertisment

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସୂଚନା

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ଆଜି ୧୪ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମ ସରବରାହ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି।

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସୂଚନା

jawam

Advertisment

ଛତିଶଗଡ଼: ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ଆଜି ୧୪ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମ ସରବରାହ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ର ବିଜାପୁରରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ମାଓବାଦୀ। ଘଟଣାରେ ଗତକାଲି ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ଏମଆଇ-୧୭ ହେଲିକପ୍ଟର ନିୟୋଜିତ ହୋଇଥିଲା । ତରେନ ଥାନା ଅନ୍ତର୍ଗତ ଜୁନାଗଡା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ମାଓବାଦୀ। ସୂଚନା ଅନୁସାରେ, ମାଓ ନେତା ହିଡିମା ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ଏହି ଏନକାଉଣ୍ଟରରେ ଗତକାଲି ୫ଜଣ ଯବାନ ସହିଦ ହୋଇଥିବା ବେଳେ ଆକ୍ରମଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୨ଜଣ ନିହତ ହୋଇଥିବା ଜଣାପଡ଼ିଛି।

Advertisment
Indian Army Bijapur Attack Martyrs Bijapur Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ