Advertisment

ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଓ ରାଜନାଥ

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ […]

ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଓ ରାଜନାଥ

346145-bihar14.04.15

Advertisment

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି।
ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ଶାହଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଜି କିଷ୍ଣନ ରେଡ୍ଡୀ ଓ ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ସେହିପରି ରାଜନାଥ ଆଜି ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନିକଟକୁ ଯାଇ ସେଠାରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ରାଜନାଥଙ୍କ ସହ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତ, ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଓ ନୌସେନା ମୁଖ୍ୟ ଆଡମିରାଲ୍‌ କରମବୀର ସିଂହ ଉପସ୍ଥିତ ରହିଥିଲେ। ଏଠାରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ରାଜନାଥ ସିଧା ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିବାକୁ ନର୍ଥ ବ୍ଲକରେ ପହଞ୍ଚିଥିଲେ।

ସେଠାରେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରତିରକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ