amit sha
ନୂଆଦିଲ୍ଲୀ :NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି। ଗୁଜରାଟରେ ଓଡ଼ିଶା, ଦିଲ୍ଲୀ, ୟୁପିରୁ ଆସି ବହୁ ଲୋକ ରହୁଛନ୍ତି।
ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ତ କିଛି କରିହେବ । ଓଡ଼ିଆ ଲୋକଙ୍କ ସଂଖ୍ୟା ଜାଣିଲେ ସେମାନଙ୍କ ଭାଷା ପଢ଼ାଇହେବ ଏବଂ ସ୍କୁଲରେ ପଢ଼ାଇବା ବ୍ୟବସ୍ଥା କରିହେବ ବୋଲି ଅମିତ ଶାହା କହିଛନ୍ତି ।
ଏଥିସହ NPR ସହ NRCର କୌଣସି ସଂପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। NPR ଦଶ ବର୍ଷ ତଳେ ଉପା ସରକାର ଆରମ୍ଭ କରିଥିଲେ। ୧୦ ବର୍ଷରେ ଥରେ NPR କରାଯିବାର ପ୍ରାବଧାନ ଅଛି, ତେଣୁ କରାଯିବ ବୋଲି ସେ କହିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ମଧ୍ୟ ସ୍ପଷ୍ଟ କରି ସେ କହିଛନ୍ତି, CAAରେ କୌଣସି ବ୍ୟକ୍ତିର ନାଗରିକତା ଯିବାର ପ୍ରଶ୍ନ ଉଠୁନି । ଏଥିଯୋଗୁଁ କୌଣସି ସଂଖ୍ୟାଲଘୁଙ୍କ ନାଗରିକତା ଯିବନି ।
CAA ନାଗରିକତା ନେବା ପାଇଁ ନୁହେଁ, ନାଗରିକତା ଦେବା ପାଇଁ । ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ହିଂସାକାଣ୍ଡ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amit-sha_1626688170.jpg)