america
ୱାଶିଂଟନ୍: ଭାରତ ପରେ ଏବେ ଆମେରିକା ମଧ୍ୟ ଚାଇନିଜ୍ କମ୍ପାନୀ ମାଲିକାନସତ୍ତ୍ୱ ଭିଡିଓ ଶେୟାରିଂ ପ୍ଲାଟଫର୍ମ TikTok ଓ ମେସେଜିଂ ଆପ୍ WeChat ବ୍ୟାନ୍ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାରଠାରୁ ଅର୍ଥାତ୍ ସେପ୍ଟେମ୍ବର ୨୦ ତାରିଖରୁ ଏହି ଦୁଇ ଆପ୍ସକୁ ବ୍ୟାନ୍ କରିବା ଲାଗି ଘୋଷଣା କରିଛନ୍ତି। ରବିବାରଠାରୁ ଆମେରିକାରେ TikTok ଏବଂ WeChatର ଡାଉନଲୋଡିଂ ହୋଇପାରିବ ନାହିଁ।
ଆମେରିକାରେ TikTokର ପ୍ରାୟ ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟି ୟୁଜର ଅଛନ୍ତି, ଯେଉଁଥିରୁ କମ୍ପାନୀକୁ ବହୁତ ରାଜସ୍ୱ ପ୍ରାପ୍ତ ହୋଇଥାଏ। ଏହା ପୂର୍ବରୁ TikTok ଏବଂ WeChat ସମେତ ଏକାଧିକ ଚାଇନିଜ୍ ଆପ୍ସକୁ ଭାରତ ବ୍ୟାନ୍ କରିସାରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ TikTok ଏବଂ WeChatକୁ ବ୍ୟାନ୍ କରିବା କଥା କହିସାରିଛନ୍ତି। ଟ୍ରମ୍ପ୍ କହିଛନ୍ତି, ଏଭଳି ଆପ୍ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ବଢ଼ିପାରେ।
ତେବେ ଏହା ଉପରେ ମନ୍ତବ୍ୟ ରଖିଛି ଟିକଟକ୍। ଟିକଟକ୍ ପକ୍ଷରୁ କୁହାଯାଇଛି, ନିର୍ବାଚନ ଜିତିବା ପାଇଁ ଟ୍ରମ୍ପ ଚୀନ୍ ବିରୋଧୀ ନୀତି ଆପଣାଇଛନ୍ତି। ନଭେମ୍ବର ୩ ତାରିଖରେ ହେବାକୁଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ପୁନର୍ବାର ବିଜୟ ହାସଲ କରିବା ପାଇଁ ଏଭଳି କାମ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/america_1625317473.jpg)